Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୦ରୁ ଅଧିକ ଭୋଗ ଦୋକାନ ଜଳି ସମ୍ପୂର୍ଣ୍ଣ ନଷ୍ଟ

Smruti Parija
Browse all articles by Smruti Parija
·1 year ago
୧୦ରୁ ଅଧିକ ଭୋଗ ଦୋକାନ ଜଳି ସମ୍ପୂର୍ଣ୍ଣ ନଷ୍ଟ

କେନ୍ଦୁଝର: ଘଟଗାଁ ମା' ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନ ଗୁଡିକରେ ଭୟଙ୍କର ଅଗ୍ନିକାଣ୍ଡ । ୧୦ରୁ ଅଧିକ ଭୋଗ ଦୋକାନ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତାରିଣୀ ମନ୍ଦିର ୨ନମ୍ବର ଗେଟ ନିକଟରେ ଏହି ଅଘଟଣ ଘଟିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି l  ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି।  ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।  କିଛି ମାସ ପୂର୍ବରୁ ମନ୍ଦିର ୩ ନମ୍ବର ଗେଟ ସମ୍ମୁଖରେ ଥିବା ଭୋଗ ଦୋକାନ ଗୁଡିକରେ ମଧ୍ୟ ନିଆଁ ଲାଗି ବହୁ ଭୋଗ ଦୋକାନ ଜଳିଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A massive fire broke out in the Bhog shops in front of the Maa Tarini temple in Ghatgaon | Argus News