ମୋରମ ରାସ୍ତାରେ ସାଜିଛି ଯିବା ଆସିବାର ମାଧ୍ୟମ

ଅର୍ଗସ ବ୍ୟୁରୋ: ରାସ୍ତା ନୁହେଁ ଏକ ପ୍ରକାର ମରଣଯନ୍ତା। ଏହି ରାସ୍ତାଟି ହେଉଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଯବାପଦର ଠାରୁ କନ୍ଦାଯୋଡି ନଦୀ ଘାଟକୁ ସଂଯୋଗ କରୁଥିବା ପ୍ରାୟ ତିନି କିଲୋମିଟର ରାସ୍ତା। ଏହି ରାସ୍ତା ଉପରେ 3ଟି ପଞ୍ଚାୟତର ଲୋକ ନିର୍ଭର କରନ୍ତି। ରାସ୍ତା କହିଲେ ଗୋଡିମାଟି ପଥୁରିଆ ଜଙ୍ଗଲୀ ରାସ୍ତା, ଖରା ଦିନ ହେଲେ ଯେମିତି ସେମିତି ଚଳିଯାଆନ୍ତି ଅଞ୍ଚଳବାସୀ କିନ୍ତୁ ବର୍ଷା ଦିନ ଆସିଲେ ଚିନ୍ତା ବଢିଯାଏ। ଚାରି ଚକିଆ କଣ ରାସ୍ତାରେ ଚାଲିକି ଯିବା ମୁସ୍କିଲ ହୋଇ ପଡେ।
କୁନ୍ଦୁରା ଆମ୍ବଗୁଡା ଛକ ଠାରୁ ବାଲିବେଡ଼ା ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତିଶୋଚନିୟ । ଦୀର୍ଘ 20 ବର୍ଷ ପୂର୍ବେ ଏହି ରାସ୍ତା ନିର୍ମାଣ ହୋଇଥିଲା। ମାତ୍ର ପରେ ମରାମତି ନ ହେବା ଯୋଗୁ ରାସ୍ତାର ଅବସ୍ଥା ଅତିଶୋଚନିୟ ହୋଇ ପଡିଛି। ଖଲଖମା ଓ ପଥର ଯୋଗୁଁ ଯାତାୟାତ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏହି ରାସ୍ତାଟି କୁନ୍ଦୁରା ବ୍ଲକ ହେଡ଼ କ୍ଵାଟରକୁ ସଂଯୋଗ ହେଉଥିଲେ ସୁଦ୍ଧା ପ୍ରଶାସନର ନିଦା ନାହିଁବୋଲି ଅଭିଯୋଗ ହୋଇଛି
ଉପାନ୍ତରେ ଅପହଞ୍ଚ ରାସ୍ତା। ବର୍ଷ ବର୍ଷ ଧରି କଚ୍ଚାରାସ୍ତା ଭରସାରେ ଯିବାଆସିବା କରୁଛନ୍ତି ଅଞ୍ଚଳବାସୀ। ପୂର୍ବ ସରକାରଙ୍କ ରାସ୍ତା ପ୍ରତିଶ୍ରୁତି ଲୋକଙ୍କୁ ପ୍ରତାରିତ କରିଥିବା ବେଳେ ଏବେ ନୂଆ ସରକାରଙ୍କ ଉପରେ ଆଶା ବାନ୍ଧିଛନ୍ତି ଅଞ୍ଚଳବାସୀ। ଗାଁକୁ ପକ୍କା ରାସ୍ତା ହେବ ଏବଂ ପହଞ୍ଚିବ ବିକାଶ ଗାଡି ।