ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାର ପରିଚାଳନା କମିଟି ସଦସ୍ୟ

ପୁରୀ: ଶ୍ରୀମନ୍ଦିରରେ ବନ୍ଦ ହେଲା ସର୍ବସାଧାରଣ ଦର୍ଶନ । ପୂର୍ବ ସୂଚନା ମୁତାବକ ଦିନ ୧ ଟା ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଛି । ସେପଟେ ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାର ପରିଚାଳନା କମିଟି ସଦସ୍ୟ । ପୂର୍ବରୁ ମନ୍ଦିର ଭିତରକୁ ଯାଇଛନ୍ତି 6 ଜଣିଆ ଓଡ୍ରାଫର ଟିମ୍ ସମେତ ସ୍ନେକ ହେଲପ ଲାଇନ ସଦସ୍ୟ ।
ଭିତର ଓ ବାହାର ରତ୍ନଭଣ୍ଡାର ଖୋଲିବା ଏବଂ ସିନ୍ଦୂକ ଗୁଡ଼ିକ ସ୍ଥାନାନ୍ତରଣ ପାଇଁ ପୂର୍ବରୁ ମାର୍ଗ ଦର୍ଶିକା ଜାରି କରାଯାଇଥିଲା । ଏଥି ନିମନ୍ତେ ଆଜି ରାତ୍ର ୨ ଟା ୪୦ ରୁ ଦ୍ୱାରଫିଟା ହୋଇ ପୂର୍ବାହ୍ନ ୧୧ ଟା ୨୦ ସୁଦ୍ଧା ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା । ଦର୍ଶନ ବନ୍ଦ ରହିଲେ ସୁଦ୍ଧା ମହାପ୍ରସାଦ ପାଇପାରିବେ ଭକ୍ତ । ସିଂହଦ୍ଵାର ବାଇଶି ପାହାଚ ଦେଇ ଆନନ୍ଦବଜାରରୁ ପ୍ରସାଦ କିଣି ଉତ୍ତରଦ୍ବାର ପଟେ ପ୍ରସ୍ଥାନ କରିବେ ଭକ୍ତ ।
ରତ୍ନଭଣ୍ଡାରରୁ ସ୍ଥାନାନ୍ତରିତ ହେଉଛି ଖାଲି ସିନ୍ଦୁକ, ଆଲମିରା...କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ସ୍ଥାନାନ୍ତରଣ କାର୍ଯ୍ୟ ନୀଳାଦ୍ରିବିହାର ମ୍ୟୁଜିଅମ ନିକଟ ରୁମ୍କୁ ସ୍ଥାନାନ୍ତରଣ କରାଯାଉଛି ।