Videos
|
Odisha

ଚାଓମିନ୍ ମାଗିବାରୁ ନାବାଳକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଚାଓମିନ୍ ମାଗିବାରୁ ନାବାଳକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା

ଯାଜପୁର : ଚାଓମିନ୍ ମାଗିବାରୁ ନାବାଳକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଗୋବିନ୍ଦପୁର ଗାଁରେ । ଯାହାକୁ ନେଇ ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ସଦର ପୋଲିସ । ଗୋବିନ୍ଦପୁର ଗାଁର ଶୁକଦେବ ଦାସ ଓ ତାଙ୍କ ପୁଅ ଶାନ୍ତନୁ ସ୍ଥାନୀୟ ଏକ ଚାଓମିନ ଦୋକାନକୁ ଯାଇଥିଲେ । । ଦୋକାନୀ ଅନୀଲ କୁମାର ଶୁକଦେବଙ୍କୁ ଚାଓମିନ ନଦେଇ ଅପେକ୍ଷା କରାଇଥିଲା। ପରେ ଉଭୟଙ୍କ ମଧ୍ୟରେ କିଛି ସମୟ ଯାଏଁ କଥା କଟାକଟି ହୋଇଥିଲା ।

ଯାହାକୁ ନେଇ ଦୋକାନୀ ଶୁକଦେବ ଓ ତାଙ୍କ ପୁଅ ଶାନ୍ତନୁଙ୍କୁ ସଙ୍ଘବଦ୍ଧ ଭାବେ ଲୁହାରଡ଼ ଏବଂ କାଠ ଫାଳିଆରେ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ଶାନ୍ତନୁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: