କଟକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ
·12 months ago

Key Points
କଟକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ
ଦିନ ଦ୍ୱିପ୍ରହରରେ ଲୁଟ୍
ଚୋରକୁ ନିଜ ହେପାଜତକୁ ନେଲା ମାଲଗୋଦାମ ଥାନା ପୋଲିସ
କଟକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଦିନ ଦି ପ୍ରହରରେ କଟକ ଛତ୍ରବଜାର କେନାଲ ରୋଡ଼ରେ ମହିଳାଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ । ସିସିଟିଭି ଫୁଟେଜରୁ ଯାହା ଜଣାପଡିଛି ମହିଳା ଜଣଙ୍କ ଏକ ଦୋକାନକୁ ଯିବାବେଳେ ପଛପଟୁ ଦୁଇ ଜଣ ବାଇକରେ ଆସି ତାଙ୍କ ଚେନ୍ ଝିକିବାକୁ ଉଦ୍ୟମ କରିଥିଲେ । ହଠାତ୍ ମହିଳା ଜଣଙ୍କ ପଛକୁ ବୁଲି ଦେଖିଲାବେଳକୁ ସେ ଦୁର୍ବୃତ୍ତ ଜଣଙ୍କ ଦୌଡି ଯାଇ ବାଇକ୍ ରେ ବସି ସେଠାରୁ ଚମ୍ପଟ୍ ମାରିଥିଲା । ହେଲେ କିଛି ବାଟ ଯିବା ପରେ ସ୍ଥାନୀୟ ଲୋକ ଉକ୍ତ ଦୁର୍ବୃତ୍ତକୁ କାବୁ କରିନେଇଥିଲେ । ଜଣେ ଫେରାର୍ ହୋଇଯାଇଥିବାବେଳେ ଆର ଜଣକୁ ନିର୍ଦ୍ଧୁମ ପିଟିଛନ୍ତି ସ୍ଥାନୀୟ ଲୋକ । ଜଣେ ଲୁଟରାକୁ ନିଜ ହେପଜାତକୁ ନେଇଛି ମାଲଗୋଦାମ ଥାନା ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: