Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶା ବିଶ୍ୱ ପାଇଁ ଏକ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ - ଧର୍ମେନ୍ଦ୍ର ପ୍ରଧାନ

Odisha

ଓଡ଼ିଶା ବିଶ୍ୱ ପାଇଁ ଏକ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ - ଧର୍ମେନ୍ଦ୍ର ପ୍ରଧାନ

Smruti Parija
Browse all articles by Smruti Parija
·1 year ago·2 min read
ଓଡ଼ିଶା ବିଶ୍ୱ ପାଇଁ ଏକ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବୈଠକରେ ଓଡ଼ିଶା ସରକାର ଏବଂ ଉର୍ଜା କ୍ଷେତ୍ରରେ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି ।



ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟିରେ ଏକ ନୂଆ ଆଶା ଓ ଦିଗ ସୃଷ୍ଟି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ସମ୍ଭାବନା ବିଷୟରେ ସ୍ପଷ୍ଟ ଭାବେ ଅବଗତ ଅଛନ୍ତି ଏବଂ ଏହି ସମ୍ଭାବନାକୁ ଉପଲବ୍ଧ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏକ ବହୁ-ଅଂଶୀଦାର ସମବାୟ ଆଭିମୁଖ୍ୟ ଓଡ଼ିଶାର ବିକାଶକୁ ନୂଆ ଶିଖରରେ ପହଞ୍ଚାଇବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଜିର ଏମଓୟୁ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଯୋଜନା କରାଯାଇଥିବା ମେଗା ପୁଞ୍ଜିନିବେଶ ଓଡ଼ିଶାର ଅଭିବୃଦ୍ଧି ଯାତ୍ରାରେ ଏକ ନୂଆ ଯୁଗର ଶୁଭାରମ୍ଭ କରିବ । ଓଡ଼ିଶା ବିଶ୍ୱ ପାଇଁ ଏକ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ । ଏହି ନୂତନ ପୁଞ୍ଜିନିବେଶ ରାଜ୍ୟର ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବ ଏବଂ ଅଧିକରୁ ଅଧିକ ଓଡ଼ିଆ ଯୁବକ ଉଦ୍ୟୋଗୀ ହେବାରେ ସକ୍ଷମ ହେବେ । ଏସବୁ ପଦକ୍ଷେପ ଡବଲ ଇଞ୍ଜିନ ସରକାରର ଇସ୍ତାହାରର ଏକ ସ୍ପଷ୍ଟ ପ୍ରତିଫଳନ ।


ଏହି ଏମଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଓଡ଼ିଶାର ଶିଳ୍ପ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ଥିଲେ ।


Argus Whatsapp Channel Mobile Top
Sponsored
A new dawn of progress and prosperity for Odisha fuelled by Hon’ble PM Shri narendramodi ji’s vision of Purvodaya | Argus News