Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଣେ ଅଣହିନ୍ଦୁ ହୋଇ ଜାଣିଶୁଣି ମୁନ୍ନା ଖାଁ ଆସ୍ଥା ଉପରେ କଲେ ଆଘାତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜଣେ ଅଣହିନ୍ଦୁ ହୋଇ ଜାଣିଶୁଣି ମୁନ୍ନା ଖାଁ ଆସ୍ଥା ଉପରେ କଲେ ଆଘାତ

Key Points


 

ଅର୍ଗସ ବ୍ୟୁରୋ:  ଓଡ଼ିଶାରେ 24 ବର୍ଷ ଧରି ଶାସନ କରିଥିବା ଦଳର ବରିଷ୍ଠ ନେତା ଓ ସାଂସଦ ମୁନ୍ନା ଖାଁ । କିନ୍ତୁ ତାଙ୍କ ମୁହଁରେ ନାହିଁ ବାଡ଼ ବତା । ଯେଉଁ ପ୍ରାର୍ଥନା ଓଡ଼ିଶାର ଘରେ ଘରେ ପରିଚିତ, ଯେଉଁ ପ୍ରାର୍ଥନା ରାଜ୍ୟର ଅଧିକାଂଶ ସ୍କୁଲରେ ଗାନ କରନ୍ତି ଲକ୍ଷ ଲକ୍ଷ ପିଲା, ଯେଉଁ ପ୍ରାର୍ଥନା ଅଗଣିତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ସେହି ପ୍ରାର୍ଥନାକୁ କଦର୍ଥ କଲେ ମୁନ୍ନା ଖାଁ। କେବଳ ଆହେ ଦୟାମୟକୁ ସମାଲୋଚନା କଲେ ତାହା ନୁହେଁ ଏହାର ରଚୟିତା ମହାନ କବି ରାମକୃଷ୍ଣ ନନ୍ଦଙ୍କୁ କଟାକ୍ଷ କରିବାର ଦୁଃସାହସ କଲେ, ଅଶାଳୀନ ମନ୍ତବ୍ୟ ଦେଲେ। ମୁନ୍ନା ଖାଁ ଜଣେ ଅଣହିନ୍ଦୁ, ହିନ୍ଦୁ ଭାବନା କଣ ତାଙ୍କୁ ଜଣାନାହିଁ, ଅଭିଯୋଗ ସେ ଜାଣିଶୁଣି ହିନ୍ଦୁଙ୍କ ଆସ୍ଥା ଉପରେ କଲେ ଆଘାତ। ଓଡ଼ିଆ ସଭ୍ୟତା ଓ ସଂସ୍କୃତିକୁ ଅପମାନିତ କଲେ । ସବୁ ଆଡୁ ତୀବ୍ର ନିନ୍ଦା ଓ କଡ଼ା ସମାଲୋଚନାର ଶିକାର ହେବା ପରେ ମୁନ୍ନା ଖାଁ ଅନୁତାପ କରିବା ବଦଳରେ ଉପଠାଉରିଆ ଭାବେ କଲେ ଦୁଃଖ ପ୍ରକାଶ ।

ବିଜେଡି ସାଂସଦ ମୁନ୍ନା ଖାଁଙ୍କ ଅଶାଳୀନ ବୟାନକୁ ନେଇ ମର୍ମାହତ ଆହେ ଦୟାମୟ ପ୍ରାର୍ଥନାର ରଚୟିତା ରାମକୃଷ୍ଣଙ୍କ ନନ୍ଦଙ୍କ ପରିବାର ତାଙ୍କ ବିରୋଧରେ ଆଇନର ଦ୍ବାରସ୍ଥ ହୋଇଛନ୍ତି । ଭାବାବେଗକୁ କୁଠାରାଘାତ କରିଥିବାରୁ ଏତଲା ଦେଇ ମୁନ୍ନାଙ୍କ ଗିରଫ ଦାବି କରିଛନ୍ତି । ଆଶା କରାଯଆଉଥିଲା ଏହି ସ୍ପର୍ଶକାତର ମାମଲାକୁ ଗୁରୁତ୍ବର ସହ ନେବ ମୁନ୍ନା ଖାଁଙ୍କ ଦଳ ବିଜେଡି। କିନ୍ତୁ ଆକ୍ସନ୍ ତ ଦୂରର କଥା ବିଡ଼ମ୍ବନା ମୁନ୍ନାଙ୍କ ବୟାନକୁ ଦଳ ପକ୍ଷରୁ ନିନ୍ଦା ବି କରାଗଲାନି। ଅନ୍ୟପଟେ ମୁନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ପାଇଁ ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟିବାକୁ ଆସିଥିବା ରାମକୃଷ୍ଣ ନନ୍ଦଙ୍କ ପରିବାର ଓ ରାମକୃଷ୍ଣ ସ୍ମୃତି ସଦସ୍ୟଙ୍କ ପାଇଁ ବନ୍ଦ ହୋଇଗଲା ନବୀନ ନିବାସ ଗେଟ୍ । 

ସେପଟେ ମୁନ୍ନା ଖାଁଙ୍କ ଏଭଳି ବୟାନକୁ ନେଇ ତାଙ୍କୁ ଓ ତାଙ୍କ ଦଳକୁ ଟାର୍ଗେଟ୍ କରିଛନ୍ତି ନିଆଳି ବିଧାୟକ ଛବି ମଲ୍ଲିକ। କହିଛନ୍ତି ପୂର୍ବରୁ ବି ସ୍ବାଧୀନତା ସଂଗ୍ରାମୀ, ସମାଜସେବୀମାନଙ୍କୁ ବାରମ୍ବାର ଅପମାନିତ କରିଛନ୍ତି ବିଜେଡିର ବିଧାୟକ ଓ ସାଂସଦ। ବିଜୁ ଜନତା ଦଳର ସାଂସଦ ଯଦି ଧନ ଜନ ଲୋଡ଼ା ନାହିଁକୁ ଏମିତି କଦର୍ଥ କରୁଛନ୍ତି, ତେବେ ଭଜନ ମାଗୁଛି ଶରଧା ବାଲିରୁ ହାତେ,  ସନ୍ଥ କବି ଭୀମଭୋଇଙ୍କ ଉକ୍ତି ମୋ ଜୀବନ ପଛେ ନର୍କେ ପଡ଼ିଥାଉକୁ କଣ କହିବ ବିଜେଡି ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A non-Hindu man Munna Khan attacked | Argus News