ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ
·1 year ago·1 min read

Key Points
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ
ଦୁର୍ଘଟଣା ପରେ ଉତ୍ତେଜନା
ପୋଲିସର ତଦନ୍ତ ଜାରି
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ। ବାଙ୍କୀ ଥାନା ଢ଼ସଂର ଗାଁର ଘଟଣା। ଗାଁର ଭୀମସେନ ପ୍ରଧାନ ଭୋରୁ ଆଶ୍ରମ ପୋଖରୀକୁ ଗାଧୋଇ ଯିବାବେଳେ ପଛପଟୁ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଭୀମସେନଙ୍କ ମୃତ୍ୟୁ ଘଟିଛି। କ୍ଷତି ପୂରଣ ଦାବିରେ ଶତାଧିକ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଖୋର୍ଦ୍ଧା ବାଙ୍କୀ ରାସ୍ତାରେ ଗମନା ଗମନ ଠପ୍ ହୋଇଛି। ରାସ୍ତାର ଦୁଇ ପଟେ ଅଟକି ରହିଛି ଶହ ଶହ ଗାଡି । ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ସହ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି।
ଦୁର୍ଘଟଣା ପରେ ରାସ୍ତା ଅବରୋଧ କରି ଦାବି କରୁଛନ୍ତି ଲୋକେ। ବାରମ୍ୱାର ଏଭଳି ଘଟଣା ଘଟୁଥିବାବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ସେପଯେ ମନମାନି କରି ଗାଡି ଚଳାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: