Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁରେ ବୁଲୁଛି ମହାବଳ ବାଘ, ଆତଙ୍କିତ ଗାଁ ଲୋକ

Rashmita Mishra
Browse all articles by Rashmita Mishra
·1 year ago·1 min read
ଗାଁରେ ବୁଲୁଛି ମହାବଳ ବାଘ, ଆତଙ୍କିତ ଗାଁ ଲୋକ

ଗାଁରେ ବୁଲୁଛି ବାଘ । ଆତଙ୍କିତ ଗାଁର ଲୋକ । ବାରିଙ୍ଗି ଗାଁରେ ମହାବଳ ବାଘ ବୁଲୁଥିବା ନେଇ ଭୟ ବଢିଯାଇଛି । ମୁଣ୍ଡେଶ୍ୱର ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଜଣାପଡିଛି। ବୌଦ୍ଧ ଜିଲ୍ଲା ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ । ମୁଣ୍ଡେଶ୍ବର ଜଙ୍ଗଲରେ ବୁଲୁଛି ବାଘ । ମହାବଳ ବାଘ ଦେଖି ଲୋକେ ଆତଙ୍କିତ । ପୋଖରୀ ଖୋଲିବା ସମୟରେ ଜଙ୍ଗଲ ଭିତରୁ ବାହାରିଥିଲା ବାଘ । ବାଘ ଦେଖି ଗାଁକୁ ଧାଇଁଥିଲେ ଲୋକେ ।

ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ବାରିଙ୍ଗ ଗାଁ ନିକଟରେ ଥିବା ମୁଣ୍ଡେଶ୍ୱର ଜଙ୍ଗଲ ପାଖରେ ଗ୍ରାମବାସୀ ଏକ ପୋଖରୀ ଖୋଳୁ ଥିଲେ । ପୋଖରୀ ଖୋଲିବା ସମୟରେ ହଠାତ ଏକ ମହାବଳ ବାଘ ଜଙ୍ଗଲ ରୁ ବାହାରକୁ ଆସିଥିଲା ବୋଲି କହିଛନ୍ତି ଗ୍ରାମବାସୀ । ଗାଁ ନିକଟରେ ବାଘ ଦେଖିବା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ଅଧିକାରୀ କହିଛନ୍ତି, ବାଘ ପାଦ ଚିହ୍ନ ଟ୍ରାକ କରାଯିବ । ଯଦି ବାଘ ଥିବା ତେବେ ବାଘର ଗତିବିଧି ଲକ୍ଷ୍ୟ କରିବା ପାଇଁ କ୍ୟାମେରା ଲଗାଯିବ। ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-powerful-tiger-roams-the-village-terrorizing-the-villagers | Argus News