Videos
|
Odisha

ଖରାଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ବୈଠକ

Ritu Das
Browse all articles by Ritu Das
·1 year ago
ଖରାଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ବୈଠକ

ଅର୍ଗସ ବ୍ୟୁରୋ: ଖରାଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ବୈଠକ। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଏସପି, ଅଗ୍ନିଶମ ବିଭାଗ, ପୂର୍ତ୍ତ ବିଭାଗ, ବିଦ୍ୟୁତ ବିଭାଗ ଅଧିକାରୀ, ପରିବହନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଖରାଦିନେ ଭକ୍ତଙ୍କ ସହଜ, ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଭକ୍ତଙ୍କ ପାଇଁ କାର୍ପେଟ , ସେଡ୍ ବ୍ୟବସ୍ଥା ସହ ପାନୀୟ ଜଳ ଜଳସିଞ୍ଚନ ବ୍ୟବସ୍ଥା ହେବା ନେଇ ବୈଠକରେ ଆଲୋଚନା ହୋଇଛି ।


ଏହାସହିତ ଫାଷ୍ଟଏଡ୍ ସେଣ୍ଟର, ସେଡ୍ ଭିତରେ ଫ୍ୟାନ୍ ର ବ୍ୟବସ୍ଥା ଭଳି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପ୍ରସଙ୍ଗରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି । ସିଂହଦ୍ଵାର ଭଳି ଅନ୍ୟ ତିନିଦ୍ବାରରେ ମଧ୍ୟ ସୂଚନା କେନ୍ଦ୍ର କରିବାକୁ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: