Videos
|
Odisha

ଜେଲରୁ ଫେରି ବନକର୍ମଚାରୀଙ୍କ ଆକ୍ରମଣ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜେଲରୁ ଫେରି ବନକର୍ମଚାରୀଙ୍କ ଆକ୍ରମଣ

Key Points

ଜେଲରୁ ଫେରି ଧମକ ଦେଇଥିଲେ

ଆଉ ସୁଯୋଗ ପାଇ ଘରେ ପଶିଲେ

ଏଭଳି କିଛି କାଣ୍ଡ ଭିଆଇଛନ୍ତି ଜେଲରୁ ଫେରନ୍ତା ୩ ଶିକାରୀ

ଜେଲରୁ ଫେରି ଧମକ ଦେଇଥିଲେ, ଆଉ ସୁଯୋଗ ପାଇ ଘରେ ପଶିଲେ । ଶେଷରେ ଝିଅକୁ ଦୁର୍ବ୍ୟବହାର ସହ ସବୁଜ ବାହିନୀ ବନକର୍ମଚାରୀଙ୍କୁ ଟେଷ୍ଟରରେ ଭୁସିଦେଲେ । ଏଭଳି କିଛି କାଣ୍ଡ ଭିଆଇଛନ୍ତି ଜେଲରୁ ଫେରନ୍ତା ୩ ଶିକାରୀ । କପ୍ତିପଦା ଥାନା ପୋଡାଡିହା ଡାହୀସାହି ଗ୍ରାମରେ ଘଟିଛି ଏଭଳି ଘଟଣା । ଗ୍ରାମର ଭରତ ଶତ୍ରୁ ସାଲ ପୋଡାଡିହା ବନାଞ୍ଚଳରେ ସବୁଜ ବାହିନୀ ଭାବେ କାର୍ଯ୍ୟରତ ଥିଲେ। ଆଜକୁ ୭ ମାସ ପୂର୍ବରୁ ଶିମିଳିପାଳରେ ଶିକାର କରୁଥିବା ଉକ୍ତ ଗ୍ରାମର ୪ ରୁ ଉର୍ଦ୍ଧ ଶିକାରୀଙ୍କୁ ଗିରଫ କରାଯାଇଥିଲା। ଯେଉଁ ଚଢ଼ାଉରେ ଭରତ ଶତ୍ରୁ ସାଲ ସାମିଲ ଥିଲେ।


ତେବେ ଗତକାଲି ରାତି ସମୟରେ ଜେଲ ଫେରନ୍ତା ୩ ଜଣ ଶିକାରୀ ଭରତଙ୍କ ଘରେ ପହଞ୍ଚି ତାଙ୍କ ଝିଅକୁ ଦୁର୍ବ୍ୟବହାର କରିଥିଲେ, ଯାହାକୁ ଭରତ ବିରୋଧ କରିଥିଲେ ଏବଂ ଏକ ଟେଷ୍ଟରରେ ଜଣେ ଶୀକାରୀ ଭରତଙ୍କ ପେଟରେ ଭୁସି ଦେଇଥିଲେ। 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
a-prisoner-attack-by-forest-officials-returning-from-jail | Argus News