ବିଜେପି କାର୍ଯ୍ୟାଳୟରେ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳିତ

ବୌଦ୍ଧ: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ବୌଦ୍ଧ ରାମେଶ୍ୱର ବିହାର ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ବିଧାୟକ ବୌଦ୍ଧ ତଥା ସରକାରୀ ଦଳ ମୁଖ୍ୟସଚେତକ ଯୋଗଦାନ କରି ଉଦଘାଟନ କରିଥିଲେ ।
ଅନ୍ୟତମ ସମ୍ମାନୀତି ଅତିଥି ଭାବେ ସଚ୍ଚିଦାନନ୍ଦ ଦଲାଲ ପୂର୍ବତନ ବିରୋଧୀଦଳ ନେତାଙ୍କ ସହିତ ଶେଷ କୁମାର ମେହେର ରାଜ୍ୟ ବିଜେପି ପ୍ରବାସୀ ପର୍ଯ୍ୟବେକ୍ଷକ ଯୋଗ ଦାନ କରିଥିଲେ । ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟୟଙ୍କ ବହୁମୁଖୀ ପ୍ରତିଭା ଉପରେ ଅତିଥିମାନେ ତାଙ୍କ ବକ୍ତବ୍ୟ ମାନ ପ୍ରଦାନ କରିଥିଲେ ।
ତାଙ୍କର ଏକାମ୍ର ମାନବବାଦ ଏବଂ ଅନ୍ତଦୋୟନୀତିକୁ କେନ୍ଦ୍ର ଓ ରାଜ୍ୟ ନୂତନ ସରକାର ଅନୁସରଣ କରି, ବହୁ ଗରିବ କଲ୍ୟାଣ ଯୋଜନା ମାନ ପ୍ରାଣୟନ କରି, ଶେଷ ଧାଡିରେ ଥିବା ଗରିବ ଲୋକଙ୍କୁ ଉପରକୁ ଉଠିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରି, ଶାସନକୁ ଲୋକାଭିମୁଖୀ ପାଇଁ ଶତ ପ୍ରୟାସ ଜାରି ରହିଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।