ଚୁଟକିରେ ପଢ଼ି ନିଅନ୍ତୁ ସକାଳର କିଛି ମୁଖ୍ୟ ଖବର ସଂକ୍ଷେପରେ...

1- ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ କେନ୍ଦ୍ର ଓ ରାଜ୍ୟ ଭିତରେ MOU ସ୍ବାକ୍ଷରିତ... ଦିଲ୍ଲୀରୁ ଫେରି ସିଏମ କହିଲେ ଓଡିଶାବାସୀଙ୍କୁ ମିଳିଲା ନ୍ୟାୟ… ଏକ କୋଟି ୩ ଲକ୍ଷ ପରିବାର ହେବେ ଉପକୃତ… ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ମଳିବ ନିରନ୍ତର ଚିକିତ୍ସା… ପ୍ରତି ପଞ୍ଚାୟତରେ ଖୋଲାଯିବ ଆୟୁଷ୍ମାନ ମନ୍ଦିର… ନିୟୋଜିତ ହେବେ ଏନଏମ, ହେଲଥ୍ ୱାର୍କର ଓ ଯୋଗ ଶିକ୍ଷକ
2- ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି, ପବିତ୍ର ମକର ସଂକ୍ରାନ୍ତି ...ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ସ୍ବତନ୍ତ୍ର ମକରନୀତି...ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଶ୍ରୀଜିଉଙ୍କ ପଟା ପହରଣ ...ଲାଗି ହେଲା ନବାନ୍ନ ମକର ଚାଉଳ ଭୋଗ ...ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ସଜ୍ଜିତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ
3- ଆଜି ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ପୁଣି ବନ୍ଦ ରହିଛି.....ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ନୀତି ବନ୍ଦ ରହିଛି ସୋମବାର ସନ୍ଧ୍ୟାରୁ ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ ରହିଥିବା ଜଣାପଡ଼ିଛି। ତେବେ ବଡ଼ୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।
4- ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ.....ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ ବୋଲି ମହାପ୍ରଭୁଙ୍କ ନିକଟରେ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ
5- ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ୧୫୦ତମ ସ୍ଥାପନା ଦିବସ...ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...ଲଞ୍ଚ ହେବ `ମିଶନ ମୌସମ'...ନୂଆଦିଲ୍ଲୀର ଭାରତ ମଣ୍ଡପମ ରେ ଆଯୋଜିତ ହୋଇଛି କାର୍ଯ୍ୟକ୍ରମ
6- ରାତି ଅଧିଆ ଗ୍ରାଉଣ୍ଡରେ ଖଣି ଓ ଇସ୍ପାତ ମନ୍ତ୍ରୀ... ଖଣ୍ଡପଡ଼ା ବରକୋଳି ନିକଟରେ ଅଟକାଇଲେ ଚୋରାଚାଲାଣ ହେଉଥିବା ବାଲି ଟ୍ରକ... ଖଣ୍ଡପଡ଼ା ବିଧାୟକଙ୍କ ସହ କଲେ ସବୁ ଗାଡ଼ି ଯାଞ୍ଚ... ବାଲି ଚାଲାଣ ହେଉଥିବା ଦେଖି ଏକାଧିକ ଟ୍ରକକୁ ଅଟକାଇ କଲେ ପଚରାଉଚରା...
7- ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ... ଭୂକମ୍ପ ପରେ ସୁନାମି ସତର୍କ ସୂଚନା ଜାରି...ଦକ୍ଷିଣ-ପଶ୍ଚିମ ଜାପାନର କିୟୁଶୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି...ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୯ ରେକର୍ଡ...ଉପକୂଳବର୍ତ୍ତୀ ମିଆଜାକି ଓ କୋଚି ପ୍ରଦେଶରେ ବଢ଼ିଲା ସୁନାମୀ ଆଶଙ୍କା...
8- ପ୍ରୟାଗରାଜ ତ୍ରିବେଣୀ ସଂଗମରେ ସନାତନ ସଂସ୍କୃତିର ଦିବ୍ୟ ଉତ୍ସବ...ଆଜି ମହାକୁମ୍ଭ ମେଳାର ଦ୍ବିତୀୟ ଦିନ...ଶତାବ୍ଦୀର ଅପେକ୍ଷା ପରେ ସାଧନା, ସେବା ଓ ଆତ୍ମଶୁଦ୍ଧିର ପବିତ୍ର ଅବସର....ଭାରତୀୟ ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟର ସାକ୍ଷୀ ବନିଲେ ବିଦେଶୀ....ଅର୍ଗସ୍ କ୍ୟାମେରା ପାଲଟିଲା କୁମ୍ଭ ସ୍ନାନର ସାକ୍ଷୀ...
9- ଆଜି ଇସ୍ରୋର ମୁଖ୍ୟଭାବେ ଦାୟିତ୍ବ ନେବେ ବୈଜ୍ଞାନିକ ଭି. ନାରାୟଣନ୍… ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ ପକ୍ଷରୁ ନାରାୟଣନ୍ଙ୍କ ନାଁ ହୋଇଥିଲା ଘୋଷଣା... ଇସ୍ରୋ ମୁଖ୍ୟ ଏସ. ସୋମନାଥଙ୍କ ଠାରୁ ଦାୟିତ୍ବ ନେବେ... ଲିକୁଇଡ୍ ପ୍ରୋପଲସନ୍ ସିଷ୍ଟମସ ସେଣ୍ଟରର ନିର୍ଦ୍ଦେଶକ ଥିଲେ ନାରାୟଣନ୍...
10- ରାମ ଚରଣଙ୍କ ରେକର୍ଡ ଭାଙ୍ଗିଲେ ସୋନୁଙ୍କ ପ୍ରଶଂସକ, ୫୦୦ ଛାତ୍ରଛାତ୍ରୀ ତିଆରି କଲେ ୩୯୦ ଫୁଟ ଲମ୍ୱର କଟଆଉଟ୍.......ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ଫତେହ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ଆକ୍ସନ ଓ ରୋମାନ୍ସରେ ଭରପୁର ରହିଛି।ସୋନୁଙ୍କ ବିପକ୍ଷରେ ଏହି ମୁଭିରେ ଜ୍ୟାକଲିନ୍ଙ୍କୁ ଦେଖିବାକୁ ମିଳିବ