Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାଲି ସକାଳୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ବଡ଼ଦାଣ୍ଡରେ କରିବେ ରୋଡ଼ ସୋ

Odisha

କାଲି ସକାଳୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ବଡ଼ଦାଣ୍ଡରେ କରିବେ ରୋଡ଼ ସୋ

Manini Pattanayak
Browse all articles by Manini Pattanayak
·1 year ago·2 min read
କାଲି ସକାଳୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ବଡ଼ଦାଣ୍ଡରେ କରିବେ ରୋଡ଼ ସୋ

ଭୁବନେଶ୍ୱର:  ପୁଣି ଓଡ଼ିଶାରେ ମୋଦି ଧମାକା । ଆସନ୍ତାକାଲି ସକାଳୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ବଡ଼ଦାଣ୍ଡରେ କରିବେ ରୋଡ଼ ସୋ । ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ ମୋଦି । କୋରୋନାବେଳେ ରଥଯାତ୍ରା ବନ୍ଦ ପାଇଁ ବିଜେଡି ସରକାର କରିଥିଲା ଷଡ଼ଯନ୍ତ୍ର । ପ୍ରଧାନମନ୍ତ୍ରୀଙ୍କ ବିନା ହସ୍ତକ୍ଷେପରେ ଶହ ଶହ ବର୍ଷର ପରମ୍ପରାରେ ଲାଗିଯାଇଥାନ୍ତା କଳଙ୍କ । 

 ଜଗନ୍ନାଥଙ୍କ ପୁତ୍ର ପୁଣି ଆସିଛନ୍ତି ଶ୍ରୀଜଗନ୍ନାଥଙ୍କ ମାଟିକୁ । ସରଗରମ ନିର୍ବାଚନୀ ପରିବେଶ ଭିତରେ ପୁଣି ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। କାଲି ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ତା ପରେ ସକାଳ 8ଟାରୁ ବଡ଼ଦାଣ୍ଡରେ ମରିଚିକୋଟ ଛକଠାରୁ ମେଡିକାଲ ଛକ ଯାଏଁ କରିବେ ବିଶାଳ ରୋଡ଼ ସୋ।  ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ସମୟରେ ରଥଯାତ୍ରା ବନ୍ଦ ପାଇଁ ଷଡ଼ଯନ୍ତ୍ର କରିଥିଲେ ନବୀନ ସରକାର । ଭକ୍ତଙ୍କ ସମାଗମ ଓ କୋରୋନା ସଂକ୍ରମଣକୁ ଆଳ କରି ସୁପ୍ରିମକୋର୍ଟରେ ଦେଇଥିଲେ ସତ୍ୟପାଠ । କିନ୍ତୁ ରଥଯାତ୍ରା ସପକ୍ଷରେ ଦୃଢ଼ ତର୍କ ଉପସ୍ଥାପନ କଲେ କେନ୍ଦ୍ର ସରକାର। ମୋଦିଙ୍କ ବିନା ହସ୍ତକ୍ଷେପରେ ଶହ ଶହ ବର୍ଷର ପରମ୍ପରାରେ ଲାଗି ଯାଇଥାନ୍ତା କଳଙ୍କ। 

ଏବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି ଶ୍ରୀଜଗନ୍ନାଥଙ୍କ ଅମୂଲ୍ୟ ସମ୍ପତ୍ତି ବି ସମ୍ଭାଳି ପାରିଲାନି ବିଜେଡି ସରକାର। କାହିଁକି 25 ବର୍ଷ ହେଲା ଖୋଲାଯାଇନାହିଁ ରତ୍ନଭଣ୍ଡାର ? ରତ୍ନଭଣ୍ଡାର ଚାବି ହଜିବା ସାଂଘାତିକ, ଆହୁରି ସାଂଘାତିକ ଡୁପ୍ଲିକେଟ୍ ଚାବି। ଡୁପ୍ଲିକେଟ୍ ଚାବିରେ ରତ୍ନଭଣ୍ଡାରରୁ ଚୋରି ହୋଇଛି କି ମୂଲ୍ୟବାନ ରତ୍ନ ? କାହିଁକି ତଦନ୍ତ କମିଶନଙ୍କ ରିପୋର୍ଟ କରାଯାଉନାହିଁ ସାର୍ବଜନୀନ ? କାହା ପାପ ଲୁଚାଇବାକୁ ଚେଷ୍ଟା କରୁଛି ନବୀନ ସରକାର ?  କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି ରତ୍ନଭଣ୍ଡାର ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବି ରଖିଛନ୍ତି କଡ଼ା ଆଭିମୁଖ୍ୟ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A road show will be held in Badadanda tomorrow morning after darshan of Mahaprabhu in Puri. | Argus News