Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୋଟିଏ ଟଙ୍କାର ରାସ୍ତା, ମାତ୍ର ପାଞ୍ଚ ବର୍ଷ ଗଲାନି

Odisha

କୋଟିଏ ଟଙ୍କାର ରାସ୍ତା, ମାତ୍ର ପାଞ୍ଚ ବର୍ଷ ଗଲାନି

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋଟିଏ ଟଙ୍କାର ରାସ୍ତା, ମାତ୍ର ପାଞ୍ଚ ବର୍ଷ ଗଲାନି

Key Points

ଜଙ୍ଗଲ ରାସ୍ତାରେ ଜାଗିଛି ଯମ
ଦୂର୍ଗମରେ ଶସ୍ତା ରାସ୍ତା ଲୋକଙ୍କୁ କରୁଛି ହିନସ୍ତା
କୋଟିଏ ଟଙ୍କାର ରାସ୍ତା, ମାତ୍ର ପାଞ୍ଚ ବର୍ଷ ଗଲାନି
ଖାଲମୟ ଉପାନ୍ତର ପିଚୁରାସ୍ତା

କିଭଳି ଖାଲ ଖମାରେ ଭର୍ତ୍ତି ଦୁର୍ଗମର ପିଚୁ ରାସ୍ତା । ଯୁଆଡ଼େ ଚାହିଁବେ ବଡ଼ ବଡ଼ ମେଟାଲ ପଥର। ଏ ରାସ୍ତାକୁ ଦେଖିଲେ ବାଟୋଇ ମୁହଁ ମୋଡ଼ିବେ କିନ୍ତୁ ମୁଖ୍ୟ ରାସ୍ତା ନଥିବାରୁ ଏଇ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ । ଏ ଚିତ୍ର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ବାରିପଦା ବାଘଡ଼ା ପିଡବ୍ଲୁଡି ରୋଡ ପାକଟିଆ କେନାଲ ଛକ ଠାରୁ ଉକାଶୋଳ ଦେଇ ଶୁଳିଆପଦା ସଂଯୋଗ କରୁଛି। ଯେଉଁ ରାସ୍ତାରେ ବାଟଇ ଜୀବନକୁ ବାଜି ଲଗାଇ ଯିବା ଆସିବା କରନ୍ତି।


ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୨୦୧୮/୧୯ ମସିହାରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏ ରାସ୍ତା ନିର୍ମାଣ ହୋଇଥିଲା। ପାଖା ପାଖି କୋଟିଏ ଟଙ୍କାର ବ୍ୟୟବରାଦରେ ନିର୍ମାଣ ହୋଇଥିଲା ରାସ୍ତା।ମାତ୍ର ପାଞ୍ଚ ବର୍ଷବି ଗଲାନି। ବର୍ଷାରେ ଧୋଇହୋଇଗଲା ଉପାନ୍ତର ପିଚୁ ରାସ୍ତା । ପାଞ୍ଚ ବର୍ଷ ଠିକାଦାରଙ୍କ ଦ୍ବାରା ରକ୍ଷଣା ବେକ୍ଷଣ ଦାୟିତ୍ଵ ଥିଲେ ସୁଦ୍ଧା, ଠିକାଦାରଙ୍କ ମାନମାନି ଓ ମରାମତି କାର୍ଯ୍ୟ ନହେବାରୁ କାର୍ଯ୍ୟର ଦୁଇବର୍ଷ ଭିତରେ ପିଚୁ ଉଠିଗଲା।

ଏ ହେଉଛି ପୂର୍ବ ସରକାରର ବିକାଶର ନଗ୍ନ ଚିତ୍ର।୨୪ ବର୍ଷ ବିଜେଡ଼ି ଶାସନରେ ଭୁଲିଗଲେ ଏ ରାସ୍ତାକୁ, ଦୁର୍ଗମବାସୀଙ୍କ ଯନ୍ତ୍ରଣା ପୂର୍ବ ସରକାରର ଆଖିରେ ଦେଖା ଗଲାନି କି ଯନ୍ତ୍ରଣାର ସ୍ୱର କାନରେ ଶୁଣା ଗଲାନି। ଏବେ ସରକାର ବଦଳିଛି,ନୂଆ ସରକାରଙ୍କ ଉପରେ ଲୋକେ ବିଶ୍ୱାସ ରଖିଛନ୍ତି। ନିଶ୍ଚିତ ଭାବରେ ଲୋକଙ୍କ ସମସ୍ୟା ଦୂରହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-road-worth-crores-of-rupees-but-the-road-is-very-poor | Argus News