ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ନାହିଁ ନାହିଁରେ ଚାଲିଛି ପାଠପଢା

ବଲାଙ୍ଗୀର: ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକା ଗନ୍ଧରାବନ୍ଧ ପଞ୍ଚାୟତ ଜଏରପଡା ଗାଁ। ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ୧୯୬୨ ମସିହାରେ ସ୍ଥାପିତ ହୋଇଥିଲା। ୬୩ ବର୍ଷ ପୁରୁଣା ଏହି ସ୍କୁଲର ଭିତ୍ତିଭୂମି କଥା ନକହିବା ଭଲ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ଏହି ସ୍କୁଲରେ ଏବେ ୯୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ନାହିଁ ଶ୍ରେଣୀ ଗୃହ। ଫଳରେ ବାରଣ୍ଡାରେ ଚାଲିଛି ପାଠପଢା। ବେଳେବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ଅଧିକ ଥିଲେ ଅଗଣାରେ ବସି ପାଠ ପଢାଯାଉଛି।
ଜଏରପଡା ପ୍ରାଥମିକ ବିଦ୍ୟାଳୟର ଗୋଟିଏ କୋଠରୀ ଏବେ ଜିରାଜର୍ଣ୍ଣ ଅବସ୍ଥାରେ ପଡି ରହି ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ବିଦ୍ୟାଳୟଟି ପଥର ଚଟାଣ ପରିସର ରେ ଥିବା ବେଳେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ବିଭିନ୍ନ ସମୟରେ ବିଦ୍ୟାଳୟର ସମସ୍ୟା ନେଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଠାରେ ହାରି ଗୁହାରି କରିଛନ୍ତି ହେଲେ କେହି ଧ୍ୟାନ ଦେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ଶ୍ରେଣୀ କୋଠରୀ ଅଭାବରୁ ବର୍ଷ ବର୍ଷ ଧରି ବାରଣ୍ଡା ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ବର୍ଷା ମାସରେ ବାରଣ୍ଡାରେ ପାଠ ପଢୁ ଥିବା ବେଳେ ବହିପତ୍ର ପାଣି ଭିଜି ଯାଇ ନଷ୍ଟ ମଧ୍ୟ ହେଉଛି ଓ ଖରା ମାସ ରେ ମୁହଁ ରେ ଖରା ବାଜିଥାଏ ଯୋଗୁଁ ପାଠ ପଢ଼ାଇବାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି । ତେବେ ପ୍ରଶାସନ କେବେ ନୂତନ କୋଠରୀ ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: