Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜକନିକାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

Odisha

ରାଜକନିକାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜକନିକାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ରାଜ୍ୟରେ ଶିକ୍ଷା ବିକାଶ ନେଇ ଡିଣ୍ଡିମ ପିଟୁଥିଲା ପୂର୍ବ ସରକାର। କିନ୍ତୁ ବାସ୍ତବ ଚିତ୍ର ଥିଲା ଭିନ୍ନ। ରାଜକନିକାରୁ ସାମ୍ନାକୁ ଆସିଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ପିଲାଙ୍କ ଜୀବନ ସହ ଖେଳ ଖେଳୁଛି ପ୍ରଶାସନ। ଏ ଦୃଶ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଆଖୁଳିପଡା ପଞ୍ଚାୟତ ଅନ୍ତର୍ଗତ ମଲ୍କିସାହାଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର । ୨୦ବର୍ଷର ପୁରୁଣା ବିଦ୍ୟାଳୟର କାନ୍ଥ ଫାଟି ଆଁ କରିଛି । ସ୍କୁଲ କାନ୍ଥରୁ କଂକ୍ରିଟ ଖସି ଲୁହା ରଡ ଦିଶୁଛି। କିନ୍ତୁ ଉନ୍ନତିକରଣ ନାଁରେ ଏଭଳି ଭଙ୍ଗାଦଦରା ଘର ଉପରେ ନୂତନ ଶ୍ରେଣୀଗୃହ ନିର୍ମାଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l

ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୩ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି l ସେମାନଙ୍କ ପାଇଁ ରହିଛି ମାତ୍ର ୨ଟି ଶ୍ରେଣୀ ଗୃହ। ଆବଶ୍ୟକ ସଂଖ୍ୟା ଠାରୁ କମ ଗୃହ ଥିବାରୁ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା l ଟଙ୍କା ହରିଲୁଟ ପାଇଁ ଭଙ୍ଗା ଘର ଉପରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l ୨୦ବର୍ଷର ଭଙ୍ଗା ଘର ଉପରେ ସ୍କୁଲ ନିର୍ମାଣ ହେଉଥିବାରୁ ଯେ କୌଣସି ସମୟରେ ଅଘଟଣ ଘଟିବା ନେଇ ଆଶଙ୍କା ଦେଖାଦେଇଛି। କେବଳ ସେତିକି ନୁହେଁ ନିର୍ମାଣରେ ବ୍ୟବହୃତ ସାମଗ୍ରୀ ନିମ୍ନମାନର ଅଭିଯୋଗ କରି ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ଗ୍ରାମବାସୀ l ଏନେଇ ଆମେ ରାଜକନିକା ବିଡିଓଙ୍କୁ ପଚରିବାରୁ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି l ତେବେ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ନକରାଗଲେ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
a-sad-picture-of-the-education-system-in-rajkanika | Argus News