ବ୍ରିଜ ଉପରେ ଝୁଲି ରହିଛି ବାଲି ବୋଝେଇ ହାଇୱା

ଗତକାଲି ବିଳମ୍ବିତ ରାତିରେ ହାଇୱାଟି ବୌଦ୍ଧ ମହାନଦୀରୁ ବାଲି ଧରି ରେଢାଖୋଲ ଆସୁଥିଲା । ଏହି ସମୟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା। ଅଧାରେ ଅଟକି ରହିଥିଲା ହାଇୱା। ଟ୍ରକ୍ ଭିତରେ ଡ୍ରାଇଭର ଚାପି ହୋଇ ରହିଛନ୍ତି । ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ କଟର ମେସିନ୍ ସାହାଯ୍ୟରେ କାଟି ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି ।
ଖବର ପାଇ ଘଟଣା ସ୍ଥଳରେ ରେଢାଖୋଲ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚିଛନ୍ତି । କଟର ସାହାଯ୍ୟରେ କାଟି ଉଦ୍ଧାର ପାଇଁ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ । ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାର ତଦନ୍ତ କରୁଛି ପୋଲିସ ।
📱 Get Argus News App
✨ମିଳିଥିବା ସୂଚନା ଆଧାରରେ, ସକାଳ ପ୍ରାୟ ୫ଟାରେ ଏହି ହାଇୱାଟି ରେଢାଖୋଲ ମହାନଦୀରୁ ବାଲି ନେଇ ଆସୁଥିଲା । କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସବୁଠୁ ବଡ କଥା ହେଉଛି ହାଇୱାଟି ବ୍ରିଜ୍ ବାଡ ଭାଙ୍ଗି ତଳକୁ ନଖସି ଅଧାରେ ଝୁଲି ରହିଛି । ଟ୍ରକ୍ ଭିତରେ ଗାଡି ଚାଳକ ଫସି ରହିଛନ୍ତି । ତେବେ ଗାଡି ଭିତରେ ଫସିଥିବା ଡ୍ରାଇଭର ଜିବିତ କି ମୃତ ତାହା ସ୍ପଷ୍ଟ ହୋଇପାରିନି ।

