ଆଗ ପାଣି ନେବା ପାଇଁ ମହିଳାଙ୍କ ମଧ୍ୟରେ ଠେଲାପେଲା

ସକାଳ ପାହିଲେ ଲାଗେ ପାଣି ପାଇଁ ପ୍ରତିଯୋଗିତା। କାରଣ ଯିଏ ଆଗ ପହଂଚିବ ସେ ଗରାଏ ଭଲ ପାଣି ପାଇବ। ନଚେତ ଅଧାଗରା ସଫା ପାଣି ପାଇବା କଷ୍ଟ। ଦୀର୍ଘ ବର୍ଷ ହେବ ଗ୍ରାମବାସୀ ଏହିପରି ପାନୀୟ ଜଳ ସମସ୍ୟାରେ ଯୁଝି ହେଉଛନ୍ତି। ଉଦଳା ବ୍ଲକ ଖଲାଡି ପଞ୍ଚାୟତର ଦୁତିକାଦେଇପୁର। ଗାଁରେ ଜଳ ଯାତନା ଉତ୍କଟତର। ଗାଁରେ ୪୦ରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ଗ୍ରାମବାସୀଙ୍କ ପାଇଁ ରହିଛି ଗୋଟିଏ ନଳକୂପ।
ନଳକୂପ ପାଣିରେ ସମସ୍ତଙ୍କ ଶୋଷ ମେଣ୍ଟାଇବା କଷ୍ଟ । ନଳକୂପରୁ ପ୍ରଥମେ ପାଣି ନେଉଥିବା ଲୋକ କେବଳ ଭଲ ପାଣି ପାଇଥାଏ। ଗୋଟିଏ ରୁ ଦୁଇ ବାଲ୍ଟି ଭଲ ପାଣି ବାହାରିବା ପରେ ବାହାରେ ଲାଲ ରଙ୍ଗର ପାଣି। ଯାହାକୁ ପିଇବାବେଳେ ଲୁହାଳିଆ ଗନ୍ଧ କରିବା ସହିତ ପାଣିକୁ ରଖିଦେଲେ ଏକ ତେଲର ପରସ୍ତ ପାଣି ଉପରେ ବସିଯାଏ। ଏହି ପାଣି ପିଇ ଗ୍ରାମବାସୀ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଗାଁ ଲୋକଙ୍କୁ ଘାରିଥାଏ ପାଣି ଚିନ୍ତା।
📱 Get Argus News App
✨ସେଥିପାଇଁ ରାତି ପାହିଲେ ପାଣି ପାଇଁ ଚାଲେ ପ୍ରତିଯୋଗିତା। ଜଳଯୋଗାଣ ବ୍ୟବସ୍ଥା ପାଇଁ ବାରମ୍ବାର ବାରମ୍ବାର ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କେହି ଦାବି ଶୁଣୁନଥିବା ଅଭିଯୋଗ ହୋଇଛି। ଗାଁରେ ଉତ୍କଟ ଜଳ ସଙ୍କଟର ଉଦାହରଣ ଏହି ଚିତ୍ର। ପାଣି ପାଇଁ ଲୋକେ ଏଠି କଲବଲ। ଏଠି ବସୁଧା ଯୋଜନା ପାଲଟିଛି ପ୍ରତାରଣା।