ସମୀର ସାହୁଙ୍କୁ ନେଇ ସାଂଘାତିକ ଖୁଲାସା, ସାଙ୍ଗ କହିଲେ କେମିତି ଥିଲା ଚରିତ୍ର

Key Points
ପୀଡ଼ିତାଙ୍କ ସହପାଠୀ ମଧ୍ୟ HOD ସମୀର ସାହୁଙ୍କୁ ନେଇ କରିଛନ୍ତି ସାଂଘାତିକ ଖୁଲାସା।
କହିଛନ୍ତି କେବଳ ପୀଡ଼ିତା ନୁହନ୍ତି ଅନେକ ଝିଅ ହୋଇଛନ୍ତି HODଙ୍କ ନିର୍ଯ୍ୟାତନାର ଶିକାର।
ଖୋଲୁଛି ଅଭିଯୁକ୍ତ HOD ସମୀର ସାହୁଙ୍କ କେଳେଙ୍କାରୀର ଗୁମର । ପୀଡ଼ିତାଙ୍କ ବାପା କହିଲେ ରାକେଟ୍ ଚଳାଉଥିଲେ HOD ସମୀର । ସାମ୍ନାକୁ ଆସିଥିଲା HODଙ୍କ ବଦନାମ ଟ୍ରାକ୍ ରେକର୍ଡ । ଯେଉଁ କଲେଜକୁ ଯାଇଛନ୍ତି ସବୁଠି କରିଛନ୍ତି ବିଦ୍ୟାର୍ଥୀଙ୍କ ସହ ଗଡବଡ । ପୀଡ଼ିତାଙ୍କ ବାନ୍ଧବୀ କଲେ ସମୀରଙ୍କ କଳା କାରାନାମାର ପର୍ଦ୍ଦାଫାଶ୍ । କେବଳ ପୀଡ଼ିତା ନୁହନ୍ତି ଅନ୍ୟ ଝିଅଙ୍କର ବି କ୍ୟାରିଅର କରିଥିଲେ ସର୍ବନାଶ ।
ଖୋଦ୍ ପୀଡ଼ିତାଙ୍କ ବାପା କହୁଛନ୍ତି ଅଭିଯୁକ୍ତ HOD ସମୀର ସାହୁଙ୍କ ଟ୍ରାକ୍ ରେକର୍ଡ ଖରାପ। ପୂର୍ବରୁ ଯେଉଁ କଲେଜକୁ ଯାଇଛନ୍ତି ସବୁଠାରେ ଛାତ୍ରଛାତ୍ରୀଙ୍କ ସହ କ୍ୟାରିଆର ସହ ଖେଳିଛନ୍ତି ସମୀର। ଖାଲି ସେତିକି ନୁହେ ସମୀର ରାକେଟ୍ ଚଳାଉଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା।
ପୂର୍ବରୁ ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଅଧ୍ୟାପକ ଥିଲା ବେଳେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ଛାତ୍ର। ଏପରିକି ଏଥିପାଇଁ ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା । ପୀଡ଼ିତାଙ୍କ ସହପାଠୀ ମଧ୍ୟ HOD ସମୀର ସାହୁଙ୍କୁ ନେଇ କରିଛନ୍ତି ସାଂଘାତିକ ଖୁଲାସା। କହିଛନ୍ତି କେବଳ ପୀଡ଼ିତା ନୁହନ୍ତି ଅନେକ ଝିଅ ହୋଇଛନ୍ତି HODଙ୍କ ନିର୍ଯ୍ୟାତନାର ଶିକାର।
ଏଥିରୁ ସ୍ପଷ୍ଟ ଛାତ୍ରଛାତ୍ରୀଙ୍କ କ୍ୟାରିଅର ସହ ଖେଳିବା ସମୀର ସାହୁଙ୍କୁ ପୁରୁଣା ଅଭ୍ୟାସ। ହେଲେ ଅନ୍ୟମାନେ ତାଙ୍କ ନିର୍ଯ୍ୟାତନା ଓ ଦୁର୍ବ୍ୟବହାର ବିଷୟରେ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରିନାହାନ୍ତି। କିନ୍ତୁ ପୀଡ଼ିତା ଯେହେତୁ ମୁହଁ ଖୋଲିଲେ। ଅଭିଯୁକ୍ତ ଏଚଓଡ଼ିଙ୍କ ବିରୋଧରେ ଅଭିଯୋଗ ଆଣିଲେ ସେଥିପାଇଁ ତାଙ୍କୁ ଜୀବନ ମୂଲ୍ୟ ଦେବାକୁ ପଡ଼ିଛି ବୋଲି କ୍ଷୋଭର ସହ କହିଛନ୍ତି ପୀଡ଼ିତାଙ୍କ ବାନ୍ଧବୀ।