ଚାଷୀ ଓଠରେ ଫୁଟିଲା ହସ

ଅର୍ଗସ ବ୍ୟୁରୋ: 800 ଟଙ୍କା ଇନପୁଟ୍ ସବିସିଡି ଚାଷୀଙ୍କ ମନରେ ଭରି ଦେଇଛି ଖୁସି । ପୂରଣ ହୋଇଛି ଚାଷୀଙ୍କ ଦୀର୍ଘ ଦିନର ସ୍ବପ୍ନ ।
ପ୍ରତିଶ୍ରୁତି ଦେବାର 6 ମାସ ମଧ୍ୟରେ ପୂରଣ କରିଛନ୍ତି ବିଜେପି ସରକାର । କୁଇଣ୍ଟାଲ ଧାନ ବାବଦରେ ଚାଷୀ ୨୩୦୦ ଟଙ୍କା ପାଉଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ୮ ଶହ ଟଙ୍କା ଇନପୁଟ ସବ୍ସିଡି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିଲା କୃଷକ ସମାବେଶ । ବୋନସ୍ ପାଇ ଚାଷୀ ଖୁସ୍, ଚାରିଆଡେ ଉତ୍ସବର ମାହୋଲ୍ ।
ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ମୋଦି ଗ୍ୟାରେଣ୍ଟିର ମୂଳଦୁଆ ପଡିଛି । ଧାନ କିଣାରେ ସ୍ବଚ୍ଛତା ଆଣିବା ସହ ଦଲାଲି ରୋକିବାକୁ ବିଜେପି ସରକାର ପଦକ୍ଷେପ ନେଉଛନ୍ତି । କଟନି ଛଟନୀ ମୁକ୍ତ ଚାଷୀ ଫ୍ରେଣ୍ଡଲି ଧାନ ମଣ୍ଡିରେ ମିଳିବ । ସରକାରଙ୍କୁ ସିଧା ଧାନ ବିକ୍ରି କରିବେ ଚାଷୀ । କିଏ ମଧ୍ୟସ୍ଥି ହେଲେ କିମ୍ବା କଟନୀ ଛଟନୀ ହେଲେ ଦୃଢ଼ ଆକ୍ସନ୍ ନିଆଯିବ । ମଣ୍ଡିକୁ ମନ୍ତ୍ରୀ ମାନେ ଗସ୍ତ କରି ସମୀକ୍ଷା କରୁଛନ୍ତି । ରାଜ୍ୟ ସରକାର ଯେଉଁ କଥା ଦେଇଥିଲେ, ପ୍ରଥମ କ୍ୟାବିନେଟରେ ୪ଟି ବଡ଼ ନିଷ୍ପତ୍ତି ପାରିତ କରାଯାଇଥିଲା । ତନ୍ମଧ୍ୟରୁ ୩ଟି କଥା ପୂରଣ ହୋଇ ସାରିଥିଲା । ୪ର୍ଥ ପ୍ରତିଶ୍ରୁତି ଭାବେ କୃଷକଙ୍କ ପାଇଁ ଧାନର ମୂଲ୍ୟ ଏବଂ ଇନପୁଟ ସବସିଡି ୮୦୦ ଟଙ୍କା ବୃଦ୍ଧି କରାଯାଇଛି । ଏହା ଏକ ଐତିହାସିକ କ୍ଷଣ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
800 ଟଙ୍କା ବୋନସ୍ ପାଇ ଆଜି ଖୁସିରେ ନାଚୁଛି ଚାଷୀ । କେବଳ ବରଗଡ଼ ନୁହେଁ ନୂଆପଡ଼ାଠୁ ଆରମ୍ଭ କରି ସମ୍ବଲପୁର, ସୁବର୍ଣ୍ଣପୁର, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପୁରୀ ସବୁଠି ଉତ୍ସାହ ଦେଖାଯାଇଛି । ଏଥର ଖରିଫ ଋତୁରେ ଧାନ ବିକିବା ପାଇଁ 17 ଲକ୍ଷ 49 ହଜାର 987 ଚାଷୀ ନାଁ ପଞ୍ଜିକରଣ କରିଛନ୍ତି । ସବୁଠୁ ଅଧିକ ବରଗଡ଼ରେ 1 ଲକ୍ଷ 55 617 ଚାଷୀ ନାଁ ପଞ୍ଜିକରଣ କରିଛନ୍ତି । ବରଗଡ଼ ସମେତ ନୂଆପଡ଼ା ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀରରେ ବି ଖରିଫ ଧାନ କିଣା ପ୍ରକିୟା ଆରମ୍ଭ ହୋଇଛି । ନୂଆ ରୂପରେ ନୂଆ ଢାଞ୍ଚାରେ ନୂଆ ସରକାର ଚାଷୀଙ୍କ ପାଖରୁ ଧାନ କିଣୁଛନ୍ତି । ଚାଷୀ ଖାତାକୁ ଅଧିକ 800 ଟଙ୍କା ବୋନସ୍ ଚାଷୀଙ୍କ ଅର୍ଥନୀତିକୁ ବୃଦ୍ଧି କରିବ ।