Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାରିଧାମକୁ ଗଡିବ ସ୍ବତନ୍ତ୍ର ବସ

Smruti Parija
Browse all articles by Smruti Parija
·1 year ago
ଚାରିଧାମକୁ ଗଡିବ ସ୍ବତନ୍ତ୍ର ବସ

ଭୁବନେଶ୍ୱର: ଚାରିଧାମକୁ ଗଡିବ ସ୍ବତନ୍ତ୍ର ବସ । ପୁରୀରୁ ଅଯୋଧ୍ୟା, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ରାଜ୍ୟ ବାହାରେ ଥିବା ବିଭିନ୍ନ ତୀର୍ଥକ୍ଷେତ୍ରକୁ ଏହି ସ୍ବତନ୍ତ୍ର ବସ ସେବା ଯୋଗାଇଦେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ଏଥିପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବା ପରିବହନ ମନ୍ତ୍ରୀ କହିଛନ୍ତି । 

ଆବଶ୍ୟକ ଅନୁଯାୟୀ ସୂତନ୍ତ୍ର ଭୋଲବୋ ବସ ମଧ୍ୟ ଆସି ସାରିଛି । ପରମିସନ ଓ ରୁଟ ବି ପ୍ରସ୍ତୁତ ହୋଇସାରିଛି । ନୂଆ ବର୍ଷ ପୂର୍ବରୁ ଏହି ବସ ପ୍ରଚଳନ ହେବା। ତୀର୍ଥଯାତ୍ରୀ ଓ ମହିଳାଙ୍କ ପାଇଁ ଫେୟାରରେ କୋହଳ କରାଯିବା । ଶ୍ରଦ୍ଧାର ସହ ସୁରୁଖୁରୁରେ ତୀର୍ଥଯାତ୍ରୀମାନେ ଯିବାପାଇଁ ସରକାର ଚିନ୍ତା କରୁଛନ୍ତି । କେବଳ ଏତିକି ନୁହଁ କିଭଳି ବାହାର ରାଜ୍ୟକୁ ଭୁବନେଶ୍ବରରୁ ଅଧିକ ଗାଡି ସଂଯୋଗ କରାଯାଇପାରିବ ସେଥିପାଇଁ ସରକାର ଚିନ୍ତା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-special-bus-to-run-for-chardhyam-yatra-from-puri-odisha | Argus News