Videos
|
Odisha

ପେଶାରେ ଶିକ୍ଷକ କିନ୍ତୁ ନିଶା ତାଙ୍କର ବିଜେଡି ପ୍ରଚାର

Smruti Parija
Browse all articles by Smruti Parija
·2 years ago·2 min read
ପେଶାରେ ଶିକ୍ଷକ କିନ୍ତୁ ନିଶା ତାଙ୍କର ବିଜେଡି ପ୍ରଚାର

ଅର୍ଗସ ବ୍ୟୁରୋ: ପେଶାରେ ଶିକ୍ଷକ କିନ୍ତୁ ନିଶା ତାଙ୍କର ବିଜେଡି ପ୍ରଚାର କରିବା । ଆଉ ନୁହେଁ କଣ ? ଭାଷଣ ଏମିତି ଦେଉଛନ୍ତି ସତେ ଯେମିତି ବିଜେଡି ନେତା ସିଏ । ପାଠପଢା ବଦଳରେ ପିଲାଙ୍କୁ ଦେଉଛନ୍ତି ରାଜନୀତିର ଶିକ୍ଷା...ଆମେ କହୁନାହୁଁ ରାଜନୀତି ଖରାପ କଥା...ହେଲେ ପଢା ସମୟରେ ରାଜନୈତିକ ଆଲୋଚନାକୁ ପ୍ରଶୟ ଦେବା କେତେ ଠିକ୍‌ ସେ ବିଚାର ଆପଣଙ୍କର ।

କାର୍ଯ୍ୟକ୍ରମ- ଆମ ଓଡିଶା ନବୀନ ଓଡିଶା । ସ୍ଥାନ- ଟିଟଲାଗଡ ସଇଁତଲା ବ୍ଲକ । ମଞ୍ଚ ଉପରେ ଭାଷଣ ଦେଉଥିବା ଏ ବ୍ୟକ୍ତିଙ୍କ ଭାଷଣ ଶୁଣନ୍ତୁ..... ଇଏ ହେଉଛନ୍ତି ଜଣେ ଶିକ୍ଷକ । ପାଠପଢା ଛାଡି ଦଳୀୟ ପ୍ରଚାରରେ ଏବେ ବ୍ୟସ୍ତ । ରାଜ୍ୟ ସରକାର ଶିକ୍ଷାର ବିକାଶ ନେଇ କଣ କରିଛନ୍ତି ତାହାର ଗୋଟି ଗୋଟି କରି ପ୍ରଚାର କରୁଛନ୍ତି । ସତେ ଯେମିତି ବିଜେଡିର ମୁଖପାତ୍ର । 

ଟିଟିଲାଗଡ଼ ସଇଁନ୍ତଳା ବୁଢାବାହାଲ ପଂଚାୟତର ଖେଳ ପଡିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ହେଉଥିଲା । ସରପଞ୍ଚ, ନେତା, ପ୍ରଶାସକବାବୁ ମାନେ ଅତିଥି ହୋଇ ମଞ୍ଚରେ ବସୁଥିଲେ କିନ୍ତୁ ଏଇଠି ବସିଥିଲେ ଜଣେ ଶିକ୍ଷକ । ଯାହାକୁ ନେଇ ଚର୍ଚ୍ଚା ତ ଚାଲିଥିଲା ହେଲେ ସରକାରଙ୍କ ବୁକଲେଟ୍‌ ଉନ୍ମୋଚନ କରିବା ପରେ ଚର୍ଚ୍ଚା ଆହୁରି ବଢିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମଂଚରେ ରାଜ୍ୟ ସରକାର ସ୍କୁଲର ବିକାଶ କେତେ କରିଛନ୍ତି ? ଶିକ୍ଷା କ୍ଷେତ୍ରରେ କ'ଣ ଉନ୍ନତି ହୋଇଛି ? ତାହାକୁ ଲୋକଙ୍କୁ ବୁଝାଇଲେ କିନ୍ତୁ ଏମିତି ସେ କେମିତି କଲେ ପଚାରିବାରୁ ରାଗପାଚି ଲାଲ୍‌ ହୋଇଗଲେ ଶିକ୍ଷକ । 

ଦର୍ଶକବନ୍ଧୁ ଏବେ ପରୀକ୍ଷା ମାସ...ପିଲାଏ ସ୍କୁଲରେ ପାଠ ପଢିଲେ ପରୀକ୍ଷା ଖାତାରେ କିଛି ଲେଖିବେ । କିନ୍ତୁ ଏତିକି ବେଳେ ଶିକ୍ଷକ ବାବୁ ଜଣକ ପାଠପଢା ଛାଡି ଯେମିତି ଦଳୀୟ ପ୍ରଚାର କଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବାବୁଙ୍କୁ ଯଦି ରାଜନୀତି କରିବାରେ ଅଛି ତାହାଲେ ପାଠପଢା ଛାଡି ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ । 

a-teacher-campaigning-for-bjd-at-titlagarh-saintala | Argus News