Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Swoyang prajna Mishra
Browse all articles by Swoyang prajna Mishra
·1 year ago
ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଅର୍ଗସ ବ୍ୟୁରୋ : ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ | ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଜଳି ଭସ୍ମିଭୁତ | ବିଂଝାରପୁର ବ୍ଲକ କଲ୍ୟାଣପୁର ପଂଚାୟତ ସମଲପୁର ସେଠୀ ସାହିର ଶ୍ରୀଧର ସେଠୀଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯିବାରୁ ଘରେ ଥିବା ସମସ୍ତ ଆସବାପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି |


ସ୍ଥାନୀୟ ଗ୍ରାମବାସୀ ମାନେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିବା ବେଳେ ଖବର ପାଇ ବିଂଝାରପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଉକ୍ତ ବ୍ୟକ୍ତିଙ୍କ ଘରର ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି । ଯାହାକୁ ନେଇ ଅସହାୟ ହୋଇ ପଡିଛନ୍ତି ପୁରା ପରିବାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A terrible fire broke out late at night, property worth lakhs of rupees was burnt | Argus News