Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୭୪ କୋଟି ବ୍ୟୟରେ ତିନି କିମି ବ୍ରିଜ୍ ଦ୍ୱାରା କମିବ ୫୦ କିମିର ଦୂରତା

Banajyotshna Ray
Browse all articles by Banajyotshna Ray
·1 year ago·2 min read
୨୭୪ କୋଟି ବ୍ୟୟରେ ତିନି କିମି ବ୍ରିଜ୍ ଦ୍ୱାରା କମିବ ୫୦ କିମିର ଦୂରତା

Key Points

ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ମଧ୍ୟରେ ତିଆରି ହେବ ସମ୍ପର୍କର ସେତୁ
ନିର୍ମାଣ ହେବାକୁ ଯ।ଉଛି ଜରୀମୂଲୀରୁ ପୁଝାରିପାଲି ହାଇଲେଭଲ୍ ବ୍ରିଜ୍
ନିକଟରେ ଶିଳାନ୍ୟାସ କରିଥିଲେ କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ ଗଡକରୀ
୨୭୪ କୋଟି ବ୍ୟୟରେ ତିନି କିମି ବ୍ରିଜ୍ ଦ୍ବାରା କମିବ ୫୦ କିମିର ଦୂରତା
ସହଜ ହେବ ଗମନାଗମନ, ବୃଦ୍ଧି ପାଇବ ବ୍ୟବସାୟିକ, ସାମାଜିକ ସମ୍ପର୍କ

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଦୀର୍ଘ ଦିନର ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି ବିଜେପି ସରକାର । ବରଗଡ଼ ଜିଲ୍ଲା ଜରୀମୁଲିରୁ ଝାରସୁଗୁଡ଼ା ଜିଲ୍ଲା ପୁଝାରିପାଲିକୁ ଯୋଗାଯୋଗ ପାଇଁ ମହାନଦୀ ଉପରେ ତିଆରି ହେବ ବ୍ରିଜ୍ । ନିକଟରେ ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ବରଗଡ଼ ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉଦ୍ୟମକ୍ରମେ ଏକ ଉଚ୍ଚସ୍ତରୀୟ କମିଟି ଉଭୟ ପୋଲ ଓ ରାସ୍ତା ସମ୍ପର୍କରେ ସର୍ବେକ୍ଷଣ କରିଛନ୍ତି । ୨୭୪ କୋଟି ଟଙ୍କା ବ୍ୟୟରେ ତିଆରି ହେବ ତିନି କିମି ବ୍ରିଜ୍ ।


ଯାହାଦ୍ବାରା ବ୍ୟବସାୟିକ, ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ଯୋଡି ହେବ l ବରଗଡ଼ ଜିଲ୍ଲା ଓ ଝାରସୁଗୁଡା ଜିଲ୍ଲାକୁ ନେଇ ଗଠିତ ହୋଇଛି ବରଗଡ଼ ସଂସଦୀୟ କ୍ଷେତ୍ର । ମହାନଦୀର ଉଭୟ ପାର୍ଶ୍ବରେ ଥିବା ଏହି ଦୁଇ ଜିଲ୍ଲା ମଧ୍ୟରେ ଦୂରତା ୧୧୦ କିମି ଅତିକ୍ରମ କରିବାକୁ ପଡେ । ଯାହାକି ବ୍ରିଜ୍ ହେବା ଦ୍ବାରା ୫୦ କିମି ଦୂରତା କମିଯିବ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

ପୂର୍ବ ବିଜେଡି ସରକାରର ଆନ୍ତରିକତା ଅଭାବ ଯୋଗୁଁ ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହୋଇପାରୁନଥିଲା । ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଉପରେ ଡଙ୍ଗାରେ ଲୋକଙ୍କୁ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯିବାକୁ ପଡୁଛି । ହେଲେ ଏସବୁର ଅନ୍ତ ଘଟିବାକୁ ଯାଉଛି । ଅଢେଇ ବର୍ଷ ମଧ୍ୟରେ ଯୋଡ଼ି ହେବ ଦୁଇ ଜିଲ୍ଲା ।ଝାରସୁଗୁଡ଼ାରେ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ରେଳ ଜଙ୍କସନ୍ ଓ ଦ୍ଵିତୀୟ ଏୟାରପୋର୍ଟ ରହିଛି । ବ୍ରିଜ୍ ନିର୍ମାଣ ହେବା ଦ୍ବାରା ସହଜ ହେବ ଯାତାୟତ । ବରଗଡ଼, ସୋନପୁର, ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମାଞ୍ଚଳର ଅନେକ ଅଞ୍ଚଳ ଯୋଡି ହେବା ସହ ବୃଦ୍ଧି ପାଇବ ବ୍ୟବସାୟିକ ସମ୍ପର୍କ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-three-km-bridge-costing-rs-274-crore-will-reduce-the-distance-by-50-km | Argus News