ଗଞ୍ଜାମ ଜିଲ୍ଲାରେ ବୁଲୁଛି ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘ
·1 year ago·1 min read

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲାକୁ ଆସିଛି ମହାରାଷ୍ଟ୍ରର ମହାବଳ ବାଘ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ଏବେ ବାଘଟି ଚଳପ୍ରଚଳ କରୁଥିବା ସ୍ପଷ୍ଟ କରିଛି ବନ ବିଭାଗ। ଦିଗପହଣ୍ଡି ବନାଞ୍ଚଳ ପକ୍ଷରୁ ବିଭିନ୍ନ ବନାଞ୍ଚଳରେ ଲାଗିଛି ଟ୍ରାପ କ୍ୟାମେରା। ବର୍ତ୍ତମାନ ସୁଦ୍ଧା ବାଘ ୬ଟି ଗୃହପାଳିତ ପଶୁକୁ ଆକ୍ରମଣ କରି ମାରିଥିବା ସୂଚନା ମିଳିଛି। ଏହାଶହ ୬ଟି ଗୃହପାଳିତ ପଶୁର ମାଲିକଙ୍କୁ ୫୮ ହଜାର ୫ଶହ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ବାଘ କୌଣସି ମଣିଷକୁ ଆଘାତ କରିନାହିଁ । ଏସିଏଫଙ୍କ ନେତୃତ୍ୱରେ ବାଘର ଚଳପ୍ରଚଳକୁ ଜାଣିବାକୁ ନେଇ ଏକ ଟିମ ଗଠନ ହୋଇଛି। ତିନିଟି ଟିମ ଜରିଆରେ ୨୪ ଘଣ୍ଟିଆ ବାଘର ଚଳପ୍ରଚଳକୁ ନେଇ ନଜର ରଖାଯାଇଛି । ବାଘକୁ ନେଇ ଫେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ନ କରିବାକୁ ବନବିଭାଗ ନିବେଦନ । ଗଞ୍ଜାମ ଜିଲ୍ଲାରେ ବାଘ ଚଳପ୍ରଚଳକୁ ନେଇ ବ୍ରହ୍ମପୁର ଡିଏଫଓ ଶନି ଖୋଖର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: