Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟରେ 5 ବର୍ଷରେ ଗଡିଲାଣି 25934 ମୁଣ୍ଡ

Odisha

ରାଜ୍ୟରେ 5 ବର୍ଷରେ ଗଡିଲାଣି 25934 ମୁଣ୍ଡ

Smruti Parija
Browse all articles by Smruti Parija
·2 years ago·2 min read
ରାଜ୍ୟରେ 5 ବର୍ଷରେ ଗଡିଲାଣି 25934 ମୁଣ୍ଡ

Key Points

  • କୁଆଡେ଼ ଗଲା ରାଜ୍ୟ ସରକାରଙ୍କ ସଡକ ସୁରକ୍ଷା ଯୋଜନା ?
  • ଫସର୍ ଫାଟିଛି ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷା ସଚେତନତା
  • 5 ବର୍ଷରେ ଗଡିଲାଣି 25934 ମୁଣ୍ଡ
  • ସଚେତନତାରେ ଖର୍ଚ୍ଚ 79 କୋଟି, ସହାୟତାରେ 15 କୋଟି
     

ଅର୍ଗସ ବ୍ୟୁରୋ: ଯେତେ ସଚେତନ କଲେ କିଛି ଲାଭ ହେଉନି । ସଡକ ଦୁର୍ଘଟଣା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଆଉ କେମିତି ସଚେତନତା ଚାଲିଛି ତା'ର ପୋଲ ଖୋଲିଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ତାହା ପୁଣି ଖୋଦ୍‌ ବିଧାନସଭାରେ । ଯାହାକୁ ନେଇ ଏବେ ଜୋର ଧରିଲାଣି ଚର୍ଚ୍ଚା।

ପରିହନ ମନ୍ତ୍ରୀ ଟୁକୁନି ସାହୁ ଗୃହରେ ରଖିଥିବା ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ମୋଟ ୫୪,୭୯୦ଟି ସଡ଼କ ଦୁର୍ଘଟଣା ହୋଇଛି । ଯେଉଁଥିରେ ୨୫,୯୩୪ ଜଣଙ୍କ ଜୀବନ ଯାଇଛି ।  ଆଉ ଆହତ ହୋଇଛନ୍ତି ୫୧, ୮୭୩ ଜଣ । ଯେତେବେଳେ କି ସଡକ ସଚେତନତା ବାବଦକୁ ୫ ବର୍ଷରେ ୭୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। 

ସଡ଼କ ସୁରକ୍ଷା ସଚେତନତାରେ ଏ ଟଙ୍କା ଖର୍ଚ୍ଚ ହୋଇଛି ନା କାହା ପକେଟକୁ ସୁହାଇଲା ଭଳି ଖର୍ଚ୍ଚ ହୋଇଛି । ତାହାକୁ ନେଇ ଉଠିଲାଣି ପ୍ରଶ୍ନ । ଦିନକୁ ଦିନ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଉଦବେଗ ଜନକ ଭାବେ ବଢିବାରେ ଲାଗିଛି । ଗତ 5 ବର୍ଷର ତଥ୍ୟ ଦେଖିଲେ ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି । 5 ବର୍ଷରେ 54,790 ଦୁର୍ଘଟଣାରେ 25,934 ଜଣଙ୍କ ମୃତ୍ୟୁ ଘଟିଛି । ଯଦି ଏହା ହିସାବକୁ ନିଆଯାଏ ପ୍ରତିବର୍ଷ ହାରାହାରି 10 ହଜାର 958 ଦୁର୍ଘଟଣାରେ 5 ହଜାର 187 ଜଣଙ୍କ ମୃତ୍ୟୁ ଘଟିଛି । ଅର୍ଥାତ ପ୍ରତିଦିନ 30 ଟି ଦୁର୍ଘଟଣା ଘଟୁଥିବାବେଳେ ଦେଢ ଘଣ୍ଟା ବ୍ୟବଧାନରେ ଜଣଙ୍କର ମୃତ୍ୟୁ ଘଟୁଛି । 

ଏହି 5 ବର୍ଷରେ ସରକାର ଅଜଣା ଗାଡି ଧକ୍କାରେ ମୃତାହତଙ୍କ ପରିବାରକୁ 15.68 କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । 
2023ରେ ସର୍ବାଧିକ 5.93 କୋଟି
2022ରେ 5.39 କୋଟି
2021 2.74 କୋଟି
2020ରେ 1.1 କୋଟି
2029ରେ ସବୁଠୁ କମ୍ 51 ଲକ୍ଷ ଟଙ୍କା ଆନୁକମ୍ପା ରାଶି ପ୍ରଦାନ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାବାଦ ଲୋକଙ୍କୁ ସଚେତନ କରାଇବା ଓ ଅନ୍ୟାନ୍ୟ ବାବଦରେ 79.21 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । 
ରାଜ୍ୟ ଟିକସ ଦାତାଙ୍କ ଏତେ ସବୁ ଟଙ୍କା ସାଧାରଣରେ ପ୍ରଶ୍ନ ଉଠୁଥିବାବେଳେ ରାଜ୍ୟ ସରକାରଙ୍କ ଏ ସଡ଼କ ସୁରକ୍ଷା ସଚେତନା ଯେ ଫସର୍ ଫାଟିଛି ତାହା ଜଳ ଜଳ ହୋଇ ଦିଶୁଛି ।


 

Sponsored
A total of 54,790 road accidents have occurred in the last five years-said-tukuni-sahu-in-assembly | Argus News