Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମର୍ମନ୍ତୁଦ ଦୁର୍ଘଟଣା, ରାଜପଥରର ଗଡ଼ିଲା ମୁଣ୍ଡ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମର୍ମନ୍ତୁଦ ଦୁର୍ଘଟଣା, ରାଜପଥରର ଗଡ଼ିଲା ମୁଣ୍ଡ

Key Points

ଜାତୀୟ ରାଜପଥରର ଗଡ଼ିଲା ମୁଣ୍ଡ

ଚଢ଼ିଗଲା ହାଇଓ୍ୱା

ଜାତୀୟ ରାଜପଥରର ଗଡ଼ିଲା ମୁଣ୍ଡ | ରାଞ୍ଚି ବିଜୟୱାଡା 220 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁକ ସଡକ ଦୁର୍ଘଟଣା | ହାଇଓ୍ୱା ଚଢ଼ିଗଲା । ଦୁର୍ଘଟଣାରେ ବାଇକ ଆରୋହୀ ମୃତ । ରାଜରାସ୍ତାରେ ଖଣ୍ଡ ବିଖଣ୍ଡିତ ହୋଇ ଛିଟିକି ପଡିଛି ମୃତ ଶରୀର । ଖସିଯିବା ଉଦେଶ୍ୟରେ ହାଇବା ହେଭି ଡିଉଟିକୁ ଘୋଷାଡ଼ି ନେଲା ଦୁର୍ଘଟଣା ଘଟାଇଥିବା ସ୍ଥାନରୁ ତିନି କିଲୋମିଟର । ଉତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ଟାୟାର ଜାଳି ରାଜରାସ୍ତାକୁ କରିଛନ୍ତି ଅବରୋଧ ।

ମୃତ ବ୍ୟକ୍ତି ଜଣକ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗୀ ଗ୍ରାମର ଅନାଦି ସାହୁ ବୋଲି ଜଣା ପଡିଛି । ଦୁର୍ଘଟଣା ଘଟାଇଥିବା JH-05TC-1945 ନମ୍ବର ହାଇଓ୍ୱା ଗାଡିଟି ଟାଟା ଜାମଶେଦପୁର ପଟୁ ରାଇରଙ୍ଗପୁର ଆଡକୁ ଯାଉଥିଲା । OD-11W-9868 ନମ୍ବର ବାଇକ ଆରୋହୀଙ୍କ ମୃତ ଘଟିଛି ।ଜନସାଧାରଣ ନୋ-ଏଣ୍ଟ୍ରି କରିବାକୁ ଦାବି କରିଛନ୍ତି କାରଣ ବାରମ୍ବାର ଏଭଳି ଅଭାବନୀୟ ଦୁର୍ଘଟଣାରେ ନିରୀହ ଲୋକଙ୍କ ଜୀବନ ଯିବା ସହିତ ଅନେକ ପରିବାର ଅନାଥ ହେଉଥିବା ଦେଖିବାକୁ ମିଳୁଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-tragic-accident-one-dead-in-road-accident | Argus News