Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗୋଟିଏ ଶ୍ରେଣୀଗୃହରେ ଚାଲିଛି ୭ଟି ଶ୍ରେଣୀର ପାଠପଢା

Odisha

ଗୋଟିଏ ଶ୍ରେଣୀଗୃହରେ ଚାଲିଛି ୭ଟି ଶ୍ରେଣୀର ପାଠପଢା

Manini Pattanayak
Browse all articles by Manini Pattanayak
·1 year ago·2 min read
ଗୋଟିଏ ଶ୍ରେଣୀଗୃହରେ ଚାଲିଛି ୭ଟି ଶ୍ରେଣୀର ପାଠପଢା

କେନ୍ଦ୍ରାପଡା:  ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି ସାତ ଟି ଶ୍ରେଣୀର ଛାତ୍ର ଛାତ୍ରୀ  ।   ସ୍କୁଲ ରେ ନାହିଁ ପିଇବା ପାଣିର ବ୍ୟବସ୍ଥା, ନାହିଁ ଶୌଚାଳୟ ଓ ଭାଙ୍ଗି ଗଲାଣି ଶ୍ରେଣୀ ଗୃହ, ବିପଦ ସଂକୁଳ ଅବସ୍ଥା ରେ ପଢୁଛନ୍ତି ଛାତ୍ର ଛାତ୍ରୀ ମାନେ।   କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତର ଦଶଭଗାରିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଗୋଟିଏ ଶ୍ରେଣୀଗୃହରେ ଚାଲିଛି ୭ଟି ଶ୍ରେଣୀର ପାଠପଢା। ପାଠ ପଢ଼ାଇବା ଲାଗି ଅଛନ୍ତି ଦୁଇ ଜଣ ଶିକ୍ଷକ।   ୧୯୭୯ ମସିହାରେ ସ୍ଥାପିତ ହୋଇଥିଲା ଦଶଭଗାରିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ୪୧ ଜଣ ଛାତ୍ର ଛାତ୍ରୀ ଅଛନ୍ତି । ମାତ୍ର ପରିତାପର ବସୟ ସମସ୍ତେ ଗୋଟିଏ ଶ୍ରେଣୀ ଗୃହରେ ବସି ପାଠ ପଢିଥାନ୍ତି l ଥରେ ଦେଖନ୍ତୁ ଏ ଚିତ୍ରକୁ ଶ୍ରେଣୀଗୃହର ଅବସ୍ଥା ନ କହିଲେ ଭଲ। ଯେଉଁ ଗୃହରେ  ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି ସେ ଗୃହର କାନ୍ଥ ଫାଟି ଆଁ କରିଛି। ଛାତର ଅନେକ ସ୍ଥାନରୁ କଂକ୍ରିଟ ଖସି ଛାତ ରଡ଼ ଦେଖାଯାଉଛି l ସ୍କୁଲରେ ନା ଅଛି ପିଇବା ପାଣିର ବ୍ୟବସ୍ଥା, ନା ଅଛି ଶୌଚାଳୟ। 

 ଆଜି ପର୍ଯ୍ୟନ୍ତ ସ୍କୁଲର ପାଚେରୀ ନିର୍ମାଣ କରାଯାଇ ନାହିଁ। ସ୍କୁଲକୁ ଲାଗିକି ଏକ ପୋଖରୀ ରହିଛି ଯେଉଁଠି ସ୍କୁଲ ପିଲାଙ୍କ ସହ ଗ୍ରାମବାସୀଙ୍କ ଅବାଧ ପ୍ରବେଶ ରହିଛି। ଏଠି କେତେବେଳେ ଯେ ଅଘଟଣ ଘଟି ପାରେ କହିହେବନି। ମାତ୍ର ସ୍କୁଲ୍ ପ୍ରଶସାନ ଏ ସମ୍ପର୍କରେ ସ ବୁ ଜାଣି ମଧ୍ୟ ଚୁପ୍।   ବର୍ଷ ବର୍ଷ ଧରି ଅବ୍ୟବସ୍ଥା ମଧ୍ୟରେ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଥିବା ବେଳେ ଏହାର ପ୍ରତିକାର ପାଇଁ ସରକାର କିଛି ପଦକ୍ଷେପ ନେଇ ନାହାନ୍ତି। ଆଗାମି ଦିନରେ ସମସ୍ୟାର ସମାଧାନ ନହେଲେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
A typical picture of the education system, seven grade students studying in one classroom. | Argus News