Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜେଡି ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି ତରଫରୁ ନିଆରା ଫ୍ୟାଶନ ସୋ

Smruti Parija
Browse all articles by Smruti Parija
·10 months ago·1 min read
ଜେଡି ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି ତରଫରୁ ନିଆରା ଫ୍ୟାଶନ ସୋ

Key Points

ନିଆରା ଫ୍ୟାଶନ ସୋ

ଜେଡି ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି ତରଫରୁ ଅନୁଷ୍ଠିତ ହେଲା ସୋ

ଦର୍ଶକଙ୍କୁ ଆକର୍ଷଣ କଲା ଫ୍ୟୁଜନ ଡିଜାଇନ୍

ବ୍ରହ୍ମପୁରରେ ପ୍ରଥମଥର ପାଇଁ ଜେଡି ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି ତରଫରୁ ଏକ ନିଆରା ଫ୍ୟାସନ ସୋ ଆୟୋଜିତ ହୋଇଯାଇଛି । ଗ୍ରୀନକୋର୍ଟିଆଡ଼ ପରିସରରେ ଅୟୋଜିତ ଜେଡି ବାର୍ଷିକ ଡିଜାଇନ୍‌ ପୁରସ୍କାର ପ୍ରଦାନ ଉତ୍ସବ ଏବଂ ଫ୍ୟାଶନ ସୋ’ରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରମାନେ ଏଭଳି ଏକାଧିକ ଆକର୍ଷଣୀୟ ଡିଜାଇନ୍‌ ଲୋକଙ୍କ ସମ୍ମୁଖରେ ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ ।


ଗୋଟିଏ ସଂସ୍କୃତିର ପୋଷାକକୁ ଆଉଏକ ସଂସ୍କୃତିର ପୋଷାକ ସହ ଫ୍ୟୁଜନ୍‌ କରି ଯୁବ ଡିଜାଇନରମାନେ ପ୍ରସ୍ତୁତ କରିଥିଲେ ଏକାଧିକ ଆକର୍ଷଣୀୟ ଡିଜାଇନ୍‌ । ଯାହାକି ଆଗରୁ କେବେ ଦେଖିବାକୁ ମିଳିନଥିଲା । ବ୍ରହ୍ମପୁରରେ ଏଭଳି ଏକ ନିଆରା ଫ୍ୟାଶନ ଶୋ’ର ଭେଟିଦେଇଥିଲେ ବ୍ରହ୍ମପୁର ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଫ୍ୟାଶନ ଟେକ୍ନୋଲୋଜିର ଛାତ୍ରଛାତ୍ରୀ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଉଭୟ ଫ୍ୟାଶନ ଓ ଇଣ୍ଟେରିୟର ଡିଜାଇନ୍‌ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ ନିମନ୍ତେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଏବଂ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।


ସେହିପରି ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ପାଟ ବୁଣାକାରମାନଙ୍କୁ ମଞ୍ଚ ଉପରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ଆଶିଷ ରଞ୍ଜନ ସାବତ ପରିଚାଳିତ କରିଥିଲେ ।

Sponsored
a-unique-fashion-show-has-been-organized-for-the-first-time-in-berhampur-by-jd-institute-of-fashion-technology | Argus News