Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗଞ୍ଜାମ ଗୌଡ଼ଗୋଠ ଗାଁରେ ପିଇବା ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

Odisha

ଗଞ୍ଜାମ ଗୌଡ଼ଗୋଠ ଗାଁରେ ପିଇବା ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

Sangram Tripathy
Browse all articles by Sangram Tripathy
·1 year ago·1 min read
ଗଞ୍ଜାମ ଗୌଡ଼ଗୋଠ ଗାଁରେ ପିଇବା ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ଅର୍ଗସ ବ୍ୟୁରୋ:ପିଇବା ପାଣି ପାଇଁ ଗରା ମାଠିଆ ରଖି ନିଆଁ ଜାଳି ରାସ୍ତା ଅବରୋଧ କଲେ ମହିଳା।  ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ଗୌଡ଼ଗୋଠ ଗ୍ରାମରେ ପିଇବା ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତାରେ ଗରା ମାଠିଆ ହାଣ୍ଡି ରଖି ନିଆଁ ଜାଳି ରାସ୍ତା ଅବରୋଧ କଲେ ଉତ୍ୟକ୍ତ ମହିଳା ମାନେ। ଗାଁରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ହୋଇଛି ପ୍ରତି ଘରକୁ ପାଇପ ସଂଯୋଗ ହୋଇଛି କିନ୍ତୁ ପାଣି ଆସୁନି।ଦୀର୍ଘ ଦିନ ହେଲା ଗୌଡ଼ଗୋଠ ରେ ପାଣି ସମସ୍ୟା ଲାଗି ରହିଥିଲା । ବାରମ୍ବାର ବ୍ଲକ ପ୍ରଶାସନ କୁ ଜଣାଇଥିଲେ ବି କେହି ଶୁଣିନଥିଲେ।ଫଳରେ ବାଧ୍ୟ ହୋଇ ଗାଁ ର ମହିଳା ମାନେ ଏକାଠି ହୋଇ ଏଭଳି ପ୍ରତିବାଦ କରିଥିବା ଜଣାପଡିଛି। ବଡ଼ଗଡ଼ ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A woman came down to the road to drink water in Ganjam Gaudgoth village | Argus News