Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

Odisha

ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

Manini Pattanayak
Browse all articles by Manini Pattanayak
·2 years ago·1 min read
ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ମୟୂରଭଞ୍ଜ: ପ୍ରେମିକ ଆଗରେ ତୁଚ୍ଛ ହେଲା ସ୍ୱାମୀ।  ସ୍ୱାମୀ ଏବଂ ପ୍ରେମିକ ଦିଅରର ଲାଗିଲା ଝଗଡା। ସ୍ତ୍ରୀ ପ୍ରେମିକର ସପକ୍ଷରେ ରହି ନିଜ ସ୍ୱାମୀକୁ କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଲା।  ଏଭଳି ଘଟଣା ଘଟିଛି ଉଦଳା ଥାନା ନୟାରଙ୍ଗାମାଟିଆ ଗ୍ରାମରେ। ରାଇସେନ ମୁର୍ମୁଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି ତାଙ୍କ ସ୍ତ୍ରୀ ପାନ ମୁର୍ମୁ ଏବଂ  ପ୍ରେମିକ  ଚନ୍ଦ୍ରମୋହନ ହେମ୍ବ୍ରମ। ଘଟାଣି ସେତେବେଳେ ଘଟିଥିଲା ଯେତେବେଳେ  ଗ୍ରାମରେ ଚାଲିଥିଲା ଜାହିରା ପୂଜା ।

ଜାହିରା ପୂଜାରେ କୁକୁଡ଼ା ଆଣିବାରେ ବିଳମ୍ବ କରିଥିଲେ ମୃତକ ରାଇସେନ ମୁର୍ମୁ... ଯାହାକୁ ନେଇ ସମ୍ପର୍କୀୟ ଭାଇ ଚନ୍ଦ୍ରମୋହନ ହେମ୍ବ୍ରମ ସହିତ ରାଇସେନଙ୍କର ଝଗଡା ହୋଇଥିଲ । ଏହି ଝଗଡା ସମୟରେ ରାଇସେନଙ୍କ ସ୍ତ୍ରୀ ପାନ ମୁର୍ମୁ ସେଠାରେ ପହଞ୍ଚି ଚନ୍ଦ୍ରମୋହନଙ୍କ ସପକ୍ଷରେ ରହିଥିଲେ. .ଏପରିକି ସେ ନିଜ ସ୍ୱାମୀକୁ ବିରୋଧ କରିଥିଲେ...  କାରଣ ଚନ୍ଦ୍ରମୋହନଙ୍କ ସହିତ ପାନଙ୍କର ଅନୈତିକ ସମ୍ପର୍କ ରହିଥିଲା ଆଉ   ଗଢିଉଠିଥିଲା  ପ୍ରେମ ସମ୍ପର୍କ...। ପ୍ରେମିକକୁ ବଞ୍ଚାଇବାକୁ ଯାଇ ନିଜ ସ୍ୱାମୀକୁ ଝଗଡା ସମୟରେ ଏକ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଲା ସ୍ତ୍ରୀ... ଉଦଳା ପୋଲିସ ଉଭୟ ସମ୍ପର୍କୀୟ ଭାଇ ଓ ସ୍ତ୍ରୀ କୁ ଗିରଫ କରିଛି। 

ଅଧିକ ଦେଖନ୍ତୁ : 
  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A woman killed her husband for her lover | Argus News