ପାଣିରେ ବର୍ଷକର ରୋଜଗାର, ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ
·1 year ago·1 min read

Key Points
ଫସଲ ଉଜାଡି ଦେଲା ଅଦିନିଆ ବର୍ଷା
ବିଲରେ ଭାସୁଛି ଧାନ
ପାଣିରେ ବର୍ଷକର ରୋଜଗାର
ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ
ଅଦିନିଆ ବର୍ଷାରେ ବେହାଲ ନୂଆପଡାର ଧାନଚାଷୀ। କୁଆ ପଥର ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଛି ଏକର ଏକର ଜମି , ଅମଳ ସମୟରେ ଚାଷ ଜମିରେ ପଡିଛି ଧାନ। ଧାନକେଣ୍ଡାରୁ ଧାନ ଝଡି ଯାଇଛି । ଆଉ ଦିନ କେଇଟା ପରେ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନ କୁ ଅମଳ କରିଥାନ୍ତା । ହେଲେ ଅଦିନିଆ କୁଆ ପଥର ବର୍ଷା ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ ।
ନୂଆପଡ଼ା ବ୍ଲକ ଆମାନାରା ପଞ୍ଚାୟତ ତରିଆ ମହୁଆଭଟା ଗାଁର ଚାଷୀ କଲ୍ୟାଣ ବଞ୍ଜାରାର ଚାଷ ଜମିର ଦୃଶ୍ୟ ଦେଖିବାକୁ ମିଳିଛି । ଚଳିତ ରବି ଋତୁରେ ଭଲ ଦୁଇ ପଇସା ପାଇବା ଆଶାରେ ଚାଷ କରିଥିଲା ଚାଷୀ । ଧାର କରଜ କରି ଚାଷ ରେ ନିଜର ଶ୍ରମଦାନ କରିଥିଲେ । ମାତ୍ର ସବୁ ଉଜାଡିଦେଲା ଅଦିନିଆ ବର୍ଷା । ଏବେ କେମିତି ସୁଝିବେ କରଜ ସେ ଚିନ୍ତାରେ ଚାଷୀ। ଅଦିନିଆ ବର୍ଷାର ପ୍ରଭାବ ନୂଆପଡାର ଚାଷୀଙ୍କ ମୁଣ୍ଡ ଉପରେ ଚଡକ ପକାଇଛି। ଏବେ ନିଜ ଉଜୁଡା ଖେତକୁ ଦେଖି ଚିନ୍ତାରେ ଚାଷୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: