Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁଇସାଇଡ ନୋଟ ଲେଖି ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ସୁଇସାଇଡ ନୋଟ ଲେଖି ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଡ଼ାଏରୀରେ ସୁଇ ସାଇଡ ନୋଟ ଲେଖି ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା , ରେଳ ଲାଇନରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର କଲା ରେଳବାଇ ପୋଲିସ । ବାରଙ୍ଗ ଥାନା ନିକଟସ୍ଥ ସାରଙ୍ଗେଇ ମନ୍ଦିର ନିକଟ ରେଳ ଲାଇନ ରେ ଗତକାଲି ରାତିରେ ଘଟିଛି ଏହି ଘଟଣା । ଘଟଣାସ୍ଥଳରୁ ଯୁବକଙ୍କ ର ଗୋଟିଏ ହାତ ଲେଖା ଡାଏରି , ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି ଜବତ । ସୂଚନା ଅନୁଯାୟୀ ଗତକାଲି ରାତିରେ ଯୁବକ ଜଣକ ଏକ ସ୍କୁଟି ଯୋଗେ ଆସି ଟ୍ରେନ ଲାଇନ କଡ଼ରେ ଗାଡ଼ି ଥୋଇ ଏକ ଡ଼ାଏରୀ ରେ ସୁଇ ସାଇଡ ନୋଟ ଲେଖି ସ୍କୁଟି ଡିକିରେ ରଖିବା ପରେ ସ୍କୁଟି ଚାବି ଟିକୁ ସ୍କୁଟି ଉପରେ ରଖିଦେଇ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଏକ ପାସେଞ୍ଜର ଟ୍ରେନ ଅଟକି ରହିଥିଲା। ଯୁବକଙ୍କ ନାମ ଆଶିଷ କୁମାର ଜେନା ବୋଲି ତାଙ୍କ ଗାଡ଼ିରୁ ମିଳିଥିବା ଡାଏରୀରୁ ଜଣା ପଡ଼ିଛି। ମୃତ ଯୁବକ ଜଣକ ଘର ପାରାଦ୍ୱୀପ ଅଞ୍ଚଳରେ ଜଣାପଡ଼ିଛି ।


ସେଥିରେ ସେ ଆତ୍ମହତ୍ୟା ସମ୍ପର୍କରେ ନିଜର ହାତଲେଖା ନୋଟ ମଧ୍ୟ ରହିଛି , ଦୁଇ ଜଣ ଙ୍କ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ମିଳିଥିବା ଡ଼ାଏରି ରେ ଉଲେଖ କରିଛନ୍ତି ଆଶିଷ । ତେବେ ଆଶିଷ ଜେନା ଙ୍କ ମୃତ ପାଇଁ ସେ ଦୁଇ ଜଣକୁ ଦାୟି କରିଥିବା ବେଳେ ଅଜୟ ଓ ରିମା ଏହି ଦୁଇ ଜଣ ମଧ୍ୟରେ ଅନୈତିକି ସମ୍ପର୍କ ଥିବା ଜାଣିବାକୁ ପାଇଥିବା ଉଭୟ ଅଜୟ ଓ ରିମା ର କିଛି ଅନ୍ତରଙ୍ଗ ମୁହୂର୍ତ୍ତ ଫଟ ମଧ୍ୟ ପାଇଥିଲା । ଏ ସମ୍ପର୍କରେ ଅଜୟ ଓ ରିମା ଜାଣିବା ପରେ ଆଶିଷ ଜେନା ଙ୍କୁ ଧମକ ଦେଇ କହିଥିଲେ ଯେ ଏ ସମ୍ପର୍କରେ କାହାକୁ କିଛି କହିବନି ଯଦି କୁହ ତାହେଲେ ଜୀବନରୁ ମାରିବାକୁ ଧମକ ଦେଇଥିଲେ ଦୁଇ ବନ୍ଧୁ ଅଜୟ ଓ ରିମା । ଦୁଇ ବନ୍ଧୁ ଅଜୟ ଓ ରିମା ଙ୍କ ନିର୍ଯାତନା ଏତେ ଅଧିକ ଥିଲା ଯେ ଯାହା ଫଳରେ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ଛାଡି ଯାଇଥିବା ଡ଼ାଏରି ରେ ଲେଖା ରହିଛି । ଖବର ପାଇ ବାରଙ୍ଗ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତାଙ୍କର ମୋବାଇଲ ଫୋନ, ସ୍କୁଟର ଏବଂ ଉକ୍ତ ଡାଏରୀ ମଧ୍ୟ ଜବତ କରି ତଦନ୍ତ ଜାରି ରଖିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A young man committed suicide by jumping in front of a train after writing a suicide note | Argus News