ଡ୍ୟାନ୍ସ ବାରରେ ନାଚି ପାରିବେନି ଯୁବତୀ
·1 year ago

ଅର୍ଗସ ବ୍ୟୁରୋ: ବାରରେ ନାଚିବେନି କେବଳ ଗୀତ ଗାଇବେ । ଡ୍ୟାନ୍ସ ବାରକୁ ନେଇ ଆସିଲା ବଡ଼ ଖବର । ଡ୍ୟାନ୍ସ ବାରରେ ନାଚି ପାରିବେନି ଯୁବତୀ । କେବଳ ଗୀତ ଗାଇବା ଓ ମ୍ୟୁଜିକାଲ ଆରକେଷ୍ଟ୍ରା ପାଇଁ ମିଳିଲା ଅନୁମତି । 21ବର୍ଷରୁ କମ ଯୁବତୀଙ୍କୁ ବାରରେ କାମ କରିବାକୁ ମିଳିବନି ଅନୁମତି । ବାର ଭିତରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ । 3 ମାସ ଷ୍ଟୋରେଜ ଥିବା ପରି ଲାଗିବ ସିସିଟିଭି । ଏହାସହ ଷ୍ଟେଜ 3 ଫୁଟ ଉଚ୍ଚତା ଥିବାବେଳେ ଗ୍ରାହକ ମାନେ 5 ଫୁଟ ଦୂରତାରେ ବସିବେ । ଅଶ୍ଳୀଳ ଡ୍ରେସ ପିନ୍ଧି ଯୁବତୀ ବାରରେ କାମ କରି ପାରିବେ ନାହିଁ । ଷ୍ଟେଜ ଉପରକୁ ଟଙ୍କା ଫିଙ୍ଗି ପାରିବେ ନାହିଁ ଗ୍ରାହକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: