ବଲାଙ୍ଗିରରେ ବେଟିଂ ଓ ଗେମିଂ କରୁଥିବା ଯୁବକ ଗିରଫ

ଗେମ୍ ଖେଳି ଟଙ୍କା ଜିତିବା ଲୋଭରେ ଏବେ ବହୁ ଯୁବକ ଯୁବତୀ। ସହଜରେ କମ୍ ସମୟରେ କିଭଳି ଅଧିକ ଟଙ୍କା ରୋଜଗାର କରିହେବ ସେଥିପାଇଁ ଗେମିଂ ଆଉ ବେଟିଂରେ ଲାଗି ଯାଉଛନ୍ତି। ଆଉ ଯାହାର ଫାଇଦା ଉଠାଇବାକୁ ନୂଆନୂଆ ଫନ୍ଦି କାଢୁଛନ୍ତି ସାଇବର ଅପରାଧୀ।
ବଲାଙ୍ଗୀରରୁ ଗିରଫ ହୋଇଥିବା ଜଣେ ଯୁବକଙ୍କ କାରନାମା ଜାଣିଲେ ଆପଣ ସ୍ଥାଣୁ ପାଲଟିଯିବେ। ୟୁଟ୍ୟୁବ୍ ଦେଖି ଗେମିଂ ଆପ ତିଆରି କରି ଚଲାଇଥିଲେ କାରବାର। ଗିରଫ ଯୁବକଙ୍କ ଘର ବଲାଙ୍ଗିର ସଇଁତଲା ଥାନା ପାଇକସମରା ଗାଁରେ। ତାଙ୍କ ନାମ ଲକ୍ଷେଶ୍ବର ମଲ୍ଲିକ। ସେ ଗ୍ରାଜୁଏସନ ପର୍ଯ୍ୟନ୍ତ ପାଠ ପଢି ଗୋଟେ ସିଏଚସି ସେଣ୍ଟର ଖୋଲିଥିଲେ। ତାରି ଭିତରେ ୟୁଟୁବରୁ ଅନଲାଇନ ଗେମ ବିଷୟରେ ଜାଣି ନକଲି ଆପ ଖୋଲି ଅନଲାଇନ ଗେମି ଓ ବେଟିଂ କରୁଥିଲେ।
📱 Get Argus News App
✨ଫେକ୍ ଓ୍ବେବସାଇଟ୍ରେ ଖେଳ କରି ୧ ପରସେଣ୍ଟ କମିସନ ପାଉଥିଲେ। ଏହି ଆପ ରେ ୫୦ ଗେମ ଥିଲା। ଆପରୁ ୭ ଲକ୍ଷ ଟଙ୍କା ପୋଲିସ ସିଜ୍ କରିଥିବା ବେଳେ ବ୍ୟାଙ୍କରେ ଥିବା ୨୫ ଲକ୍ଷ ଟଙ୍କାକୁ ମଧ୍ୟ ଫ୍ରିଜ୍ କରିଛି ପୋଲିସ। ତାଙ୍କଠାରୁ ୪ ଟି ଲାପଟପ୍, ଦାମୀ ମହିଦ୍ରା ଥର କାର,କେଟିଏମ ବାଇକ, ବଲେରୋ ପିକ୍ଅପ ସହ ସ୍କୁଟି ଓ ବାଇକ୍ ଜବତ କରିଛି ପୋଲିସ।
ଡୋମେନ କିଣିବା ପୋଷ୍ଟିଂ କରିବା,ରେଫରାଲ କୋର୍ଡ ଆଦି ୟୁଟୁବରୁ ଶିଖିଥିଲା। ସାଇବର ପୋଲିସ ସୁରାକ୍ ପାଇବା ପରେ ଲକ୍ଷେଶ୍ବର ମଲ୍ଲିକକୁ ଗିରଫ କରିଛି। ତେବେ ଅଧିକ ଟଙ୍କା ଲୋଭରେ ଅନଲାଇନ ଖେଳ ଖେଳନ୍ତୁ ନାହିଁ ବୋଲି ବଲାଙ୍ଗିର ଏସପି ଅଭିଳାଷ ଜୀ ନିବେଦନ କରିଛନ୍ତି।