Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Aadhaar Banking Rules / ଆଧାରଠୁ ନେଇ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ'ଣ

Rashmita Mishra
Browse all articles by Rashmita Mishra
·8 months ago·2 min read
ଆଧାରଠୁ ନେଇ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ'ଣ

Key Points

ନଭେମ୍ବର ଆରମ୍ଭରୁ ନୂଆ ନିୟମ । 
ଲୋକଙ୍କ ପକେଟ୍ ଉପରେ ପଡିବ ପ୍ରଭାବ ।
ଆଧାରଠୁ ନେଇ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ।

ନଭେମ୍ଵରରୁ ବଡ଼ ପରିବର୍ତ୍ତନ । ସାଧାରଣ ଲୋକଙ୍କ ଜୀବନ ଶୈଳି ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ବାବଦରେ ଆମେ ସମସ୍ତେ ଅବଗତ ହେବା ଉଚିତ । କାରଣ ଏହା ସାଧାରଣ ଲୋକଙ୍କ ଜୀବନଶୈଳି ଉପରେ ବଡ଼ ପ୍ରଭାବ ପକାଇଥାଏ । ମଣିଷ ସମାଜ ଏବେ ଡିଜିଟାଲ ଦୁନିଆରେ ପ୍ରବେଶ କରି ସାରିଛି । ଆଉ ଏହି ଡିଜିଟାଲ ଦୁନିଆର ସବୁଠାରୁ ବଡ଼ ବିଶେଷତ୍ୱ ହେଲା ପରିବର୍ତ୍ତନ । ଯାହା ସମୟ ଅନୁସାରେ ବଦଳିଥାଏ । ଆଉ ମଣିଷ ଏହି ପରିବର୍ତ୍ତନକୁ ସବୁବେଳେ ଗ୍ରହଣ କରିବାକୁ ବାଧ୍ୟ ।

କ'ଣ ସବୁ ନୂଆ ନିୟମ ହେବାକୁ ଯାଉଛି ଆରମ୍ଭ ?

1. SBI କାର୍ଡଧାରୀଙ୍କ ପାଇଁ ଲାଗିବ ନୂଆ ଫି:-
ନଭେମ୍ବର ୧ ରୁ SBI କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ କିଛି ନିର୍ଦ୍ଦିଷ୍ଟ ଟ୍ରାଞ୍ଜାକ୍ସନ ପାଇଁ ଅତିରିକ୍ତ ଦେୟ ପ୍ରଦାନ କରିବାକୁ ପଡିବ। CRED ଓ MOBIKWIK ଭଳି ତୃତୀୟ ପାର୍ଟି ଆପ୍ ମାଧ୍ୟମରେ କରାଯାଇଥିବା ଶିକ୍ଷା ସମ୍ଵନ୍ଧୀୟ ପେମେଣ୍ଟ ଗୁଡିକ ପାଇଁ ୧% ଅତିରିକ୍ତ ଦେୟ ପ୍ରଦାନ କରିବାକୁ ପଡିବ। ଏହା ସହିତ ଆପଣ ଯଦି ୧୦୦୦ରୁ ଅଧିକ ମୂଲ୍ୟର SBI କାର୍ଡ ସହିତ ଏକ ଡିଜିଟାଲ ୱାଲେଟ୍ ଯେପରିକି PAYTM କିମ୍ଵା PHONEPE ଆପ୍ ଗୁଡିକ ବ୍ୟବହାର କରନ୍ତି ତେବେ ମଧ୍ୟ ୧% ଦେୟ ଲାଗୁ ହେବ।

2.ନୂଆ GST ସ୍ଲାବ ଲାଗୁ ହେବ:-
ସରକାର ନଭେମ୍ଵର ୧ ତାରିଖରୁ GST ଢାଞ୍ଚାରେ ବଡ ପରିବର୍ତ୍ତନ କାଯ୍ୟକାରୀ କରିବାକୁ ଯାଉଛନ୍ତି। ପୂର୍ବ ଚାରୋଟି ସ୍ଲାବ( 5%, 12%, 18%, 28%)କୁ ଦୁଇଟି ସ୍ଲାବରେ ସରଳୀକୃତ କରାଯାଇଛି। ଏବେ ୧୨% ଓ ୨୮% ସ୍ଲାବ ହଟେଇ ଦିଆଯାଇଛି। ଏହା ସହିତ ହାନିକାରକ ବସ୍ତୁ ଉପରେ ୪୦% GST ଲାଗୁହେବ। ସରକାର GSTର ଢାଞ୍ଚାକୁ ସରଳ ଓ ସ୍ଵଚ୍ଛ କରିବାକୁ ଲକ୍ଷ୍ୟ ରଖିଛନ୍ତି।

3.ଆଧାର କାର୍ଡ ଅପଡେଟ୍ ଚାର୍ଜରେ ବଡ ପରିବର୍ତ୍ତନ:-

UIDAI ଛୋଟ ପିଲାଙ୍କର ଆଧାର କାର୍ଡ ଅପଡେଟ୍ ସମ୍ପର୍କରେ ଆଣିଛି ବଡ ପରିବର୍ତ୍ତନ। ପିଲାମାନଙ୍କ ପାଇଁ ବାୟୋମେଟ୍ରିକ୍ ଅପଡେଟ୍ ଏବେ ପରବର୍ତ୍ତୀ ଗୋଟିଏ ବର୍ଷ ପାଇଁ ସମ୍ପୂର୍ଣ୍ଣ ଭାବରେ ମାଗଣା। ବୟସ୍କମାନଙ୍କ ପାଇଁ ନାମ, ଠିକଣା, ଜନ୍ମ ତାରିଖ, କିମ୍ଵା ମୋବାଇଲ୍ ନମ୍ଵର ଅପଡେଟ୍ ପାଇଁ ୭୫ ଟଙ୍କା ଲାଗିବ। ଏହା ସହିତ ଆଙ୍ଗୁଳିଛାପ କିମ୍ଵା ଆଖି ସ୍କାନ୍ ପାଇଁ ୧୨୫ ଟଙ୍କା ଖର୍ଚ୍ଚ ହେବ।

4.ବ୍ୟାଙ୍କ ନାମାଙ୍କନ ପାଇଁ ନୂତନ ନୀୟମ:-
ନଭେମ୍ଵର ୧ ତାରିଖରୁ ବ୍ୟାଙ୍କ ଆକାଉଣ୍ଟର ନାମାଙ୍କନର ନିୟମଗୁଡିକରେ ପରିବର୍ତ୍ତନ କରାଯାଇଛି। ଏବେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟର ଲକର୍ କିମ୍ଵା ସୁରକ୍ଷିତ କଷ୍ଟୋଡି ପାଇଁ ସର୍ବାଧିକ ଚାରିଜଣ ନାମାଙ୍କନ କରିପାରିବେ। ନାମାଙ୍କନ କିମ୍ଵା ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ସରଳ ଏବଂ ଅନଲାଇନ୍ କରିଦେଇଛନ୍ତି। ଏହା ଦ୍ଵାରା ଜରୁରୀକାଳୀନ ସମୟରେ ପରିବାରଗୁଡିକ ପାଇଁ ପାଣ୍ଠି ପାଇବାକୁ ସହଜ ହେବ।

5.NPS ରୁ UPSକୁ ସ୍ଥାନାନ୍ତର ପାଇଁ ସମୟସୀମା ବୃଦ୍ଧି:-

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ଖୁସିର ଖବର : ଯେଉଁ କର୍ମଚାରୀ ମାନେ ଜାତୀୟ ପେନସନ ପ୍ରଣାଳୀ(NPS) ରୁ ୟୁନିଫାଏଡ୍ ପେନସନ୍ ଯୋଜନାକୁ(UPS) ପରିବର୍ତ୍ତନ ହେବାକୁ ଚାହୁଁଥିବା କର୍ମଚାରୀ ମାନଙ୍କୁ ନଭେମ୍ବର ୩୦ ସମୟ ଦିଆଯାଇଛି। ଏହି ଅତିରିକ୍ତ ସମୟସୀମା ମଧ୍ୟରେ କର୍ମଚାରୀ ମାନଙ୍କୁ ନିଜର ବିକଳ୍ପର ସମୀକ୍ଷା କରିବାକୁ ଓ ସେହି ଅନୁଯାୟୀ ଯୋଜନା କରିବାକୁ ଅନୁମତି ଦିଆଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Aadhaar Banking Rules | Big Change in Banking Rules Linked to Aadhaar — Know What’s New | Argus News | Argus News