Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସ୍ଥାନୀୟ ଯୁବକଙ୍କ ପ୍ରତିବାଦ

Odisha

ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସ୍ଥାନୀୟ ଯୁବକଙ୍କ ପ୍ରତିବାଦ

Manini Pattanayak
Browse all articles by Manini Pattanayak
·2 years ago·1 min read
ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସ୍ଥାନୀୟ ଯୁବକଙ୍କ ପ୍ରତିବାଦ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟରେ ଚାଲିଥିବା ନବୀନ ଓଡ଼ିଶା ସଚେତନତା ଶିବିର । କାର୍ଯ୍ୟକ୍ରମ ଅଧାରୁ ଆରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ । ପୋଷ୍ଟର ଚିରିବା ସହ ଚେୟାର ଟେବୁଲ ଭାଙ୍ଗିଥିଲେ ସ୍ଥାନୀୟ ଯୁବକ । ଅଭିଯୋଗ କରିଥିଲେ, ଏଠି ସ୍ଥାନୀୟ ଯୁବ କଳାକାରଙ୍କୁ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ଦିଆଯାଉନାହିଁ । ପଞ୍ଚାୟତ ବାହାରୁ ଟଙ୍କା ଦେଇ କଳାକାରଙ୍କୁ ଅଣାଯାଉଛି । ଏହାସହ କାର୍ଯ୍ୟକ୍ରମରେ କେବଳ ବିଜେଡିର ଗୁଣଗାନ କରାଯାଉଥିବା ହୋଇଛି ଅଭିଯୋଗ । 

ସରକାରୀ କାର୍ଯ୍ୟକ୍ରମକୁ ସରକାରୀ ଭାବେ କର, ଏଠି ଦଳୀୟ ପ୍ରଚାର କର ନାହିଁ । ମିଛ ଯୋଜନାର ବାହାସ୍ଫୋଟ ନ ମାରିବାକୁ ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଥିଲେ । ଏଠି ବିକାଶ ନ କରି ଖାଲି ଏହାର ପ୍ରଚାର କରାଯାଉଛି । ଲକ୍ଷ୍ମୀ ଯୋଜନା ଫେଲ୍, ରାସ୍ତା ଘାଟରେ ଖାଲ ଖମା, ସ୍ବାସ୍ଥ୍ୟସେବା ବି ବିପର୍ଯ୍ୟସ୍ତ । ଏ ସବୁ ସତ୍ତ୍ବେ କାହିଁକି ଏ ସଚେତନତା ବୋଲି ପ୍ରଶ୍ନ କରିଥିଲେ ।  ବିକାଶର ଖୋଳପା ଭିତରେ ଏଠି ଚାଲିଛି ଦଳୀୟ ପ୍ରଚାର । ଲୋକଙ୍କ ପାଖେ ଯୋଜନା ପହଞ୍ଚୁ ନାହିଁ । ଯାହାର ପ୍ରତିବାଦ କରି ନବୀନ ଓଡ଼ିଶା ସଚେତନତା ଶିବିରକୁ ବନ୍ଦ କରିଛନ୍ତି ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Aam Odisha, Naveen Odisha program protested by local youth | Argus News