ଆପାର୍ଟମେଣ୍ଟରୁ ଅପହରଣ ଘଟଣା; ପ୍ରେମିକ ସହ ମିଶି ଅପହରଣ ନାଟକ କରିଥିଲେ ମହିଳା

ଭୁବନେଶ୍ୱର: ଅପହରଣ ଥିଲା ଏକ ନାଟକ । ପ୍ରେମିକ ସହ ମିଶି ଅପହରଣ ନାଟକ କରିଥିଲେ ମହିଳା । ଟଙ୍କା ପାଇଁ ଭାଇକୁ ମାଗିଥିଲେ କୋଟିଏ ଟଙ୍କା । ଚନ୍ଦକା ଥାନା ଏକ ଆପାର୍ଟମେଣ୍ଟରୁ ମହିଳା ଅପହରଣ ଘଟଣା । ଅପହରଣର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ । ଦୁଇ ଯୁବକ ସହ ଅପହରଣ ହୋଇଥିବା ମହିଳା ଗିରଫ ହୋଇଛନ୍ତି । ଗିରଫ ଦୁଇ ଯୁବକ ହେଲେ ରାଜସ୍ଥାନର ପ୍ରଦୀପ ଓଲା ଓ ଦେବୀ ଲାଲ ।
ମନ୍ଦିର ଯାଉଥିବାବେଳେ ମହିଳାଙ୍କୁ ଉଠାଇନେଥିଲେ ଦୂର୍ବୃତ୍ତ
ପୂର୍ବରୁ ମହିଳା ଜଣଙ୍କ ବିବାହିତା ଥିଲେ । ଦୁଇ ବର୍ଷ ହେଲାଣି ଛାଡ଼ପତ୍ର ପରେ ପ୍ରଦୀପଙ୍କୁ ମହିଳା ସୋସିଆଲ ମିଡ଼ିଆରେ ପରିଚିତ ପରେ ଭଲ ପାଇ ବସିଥିଲେ । 9 ତାରିଖରେ ଅପହରଣ ନେଇ ଅଭିଯୋଗ କରିଥିଲେ ପରିବାର ଲୋକ । ଅପହରଣକାରୀମାନେ ମହିଳାଙ୍କ ନମ୍ବରରୁ ହ୍ଵାଟ୍ସଆପରେ କୋଟିଏ ଟଙ୍କା ମାଗିଥିଲେ । ମହିଳାଙ୍କ ଭାଇକୁ ଫୋନ କରି ଧମକ ଦେଇ ଟଙ୍କା ମାଗିଥିଲେ ।
📱 Get Argus News App
✨ମହିଳାଙ୍କ ଭାଇ 12 ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ପୋଲିସ ତଦନ୍ତ ପରେ ପ୍ରଥମେ ଚାରି ଛକ ପରେ ନୟାଗଡ଼ରେ ପୋଲିସକୁ ଆକ୍ରମଣ କରି ଉଦ୍ୟମ କରି ପଳେଇ ଯାଇଥିଲେ । କିଛି ଦୂରରେ ଗାଡି ଛାଡି ଚାଲି ଚାଲି ଯାଉଥିଲାବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା । ପୁରା ଘଟଣାରେ ଅପହରଣ ହୋଇଥିବା ମହିଳାଙ୍କ ସହ ଦୁଇ ଯୁବକ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ପାଖରୁ 3 ଟି ମୋବାଇଲ ଫୋନ, ଲାପଟପ, ଏଟିଏମ ଜବତ ହୋଇଛି ।