ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟ ନେଇ ଭୁବନେଶ୍ଵର AIIMS ଦେଲା ବଡ଼ ଅପଡେଟ୍, ହୋଇପାରନ୍ତି ଦିଲ୍ଲୀ ଏୟାରଲିଫ୍ଟ

Key Points
ମେକାନିକାଲ୍ ଭେଣ୍ଟିଲେଟର ସପୋର୍ଟରେ ଥିବା ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସୁଥିବା ସଂକେତ ମିଳୁଛି । ଏବେ ବି ଅଭିଜିତଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି ।
ଭୁବନେଶ୍ଵର: AIIMSରେ ଚିକିତ୍ସାଧିନ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ନେଇ ବଡ଼ ଅପଡେଟ୍ ଆସିଛି । ମେକାନିକାଲ୍ ଭେଣ୍ଟିଲେଟର ସପୋର୍ଟରେ ଥିବା ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସୁଥିବା ସଂକେତ ମିଳୁଛି । ଏବେ ବି ଅଭିଜିତଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଏକାଧିକ ରୋଗରେ ପୀଡ଼ିତ ଅଭିଜିତ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ।
ଅଭିଜିତଙ୍କ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ରହିଛି । ସେ କିଡନୀ ରୋଗରେ ପୀଡ଼ିତ । ଅଭିଜିତଙ୍କର ରହିଛି ଅସ୍ମୋଟିକ୍ ଡିମାଏଲିନେସନ୍ ସିଣ୍ଡ୍ରୋମ, ବାଇଲେଟେରାଲ ନିମୋନିଆ, ଡିସେଲେଟ୍ରୋଲାଇଟେମିଆ ସମସ୍ୟା ମଧ୍ୟ ରହିଛି । ୪ ସେପ୍ଟେମ୍ବରରୁ ଭୁବନେଶ୍ଵର AIIMSରେ ଚିକିତ୍ସାଧୀନ ଅଭିଜିତଙ୍କ କିଡନୀ ଓ ଲିଭର ଫଙ୍କସନ ଏବେ ସ୍ଥିର ରହିଛି । ଏବେ ଅଭିଜିତଙ୍କ ଭାଇଟାଲ୍ସ ସ୍ଥିର ଥିବା ଭୁବନେଶ୍ଵର AIIMS ପକ୍ଷରୁ ସୂଚନା ମିଳିଛି ।
ରବିବାର ଭୁବନେଶ୍ଵର ଯାଇ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଅଭିଜିତଙ୍କୁ ଦେଖିବା ସହ ମୁକେଶ ମହାଲିଙ୍ଗ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ପୂର୍ବ ଅପେକ୍ଷା ଅଭିଜିତଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି । ପ୍ରୋଟୋକଲ ଅନୁସାରେ ଚିକିତ୍ସା ଚାଲିଛି । ସେ କଥାବାର୍ତ୍ତା କରୁନାହାନ୍ତି ।
📱 Get Argus News App
✨
ତେବେ ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯିବ । କିଛି ଅଙ୍ଗ ପ୍ରତ୍ୟଙ୍ଗ ଏବେ କାମ କରୁଛି। ଦିଲ୍ଲୀ ଏମ୍ସ ସହ ଆଲୋଚନା ହେବ, ଆଗକୁ ତାଙ୍କ ଚିକିତ୍ସା ପାଇଁ ଆଉ ଏକ ସ୍ଵତନ୍ତ୍ର ଟିମ୍ କାମ କରିବ । ସ୍ଵତନ୍ତ୍ର ଡାକ୍ତରୀ ଦଳର ନିର୍ଦ୍ଦେଶ ଅନୁସାରେ ଚିକିତ୍ସା ଜାରି ରହିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ।
ଅଭିଜିତଙ୍କ ସ୍ଵାସ୍ଥ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ । ସରକାରଙ୍କ ପକ୍ଷରୁ ଚିକିତ୍ସା ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ଏମ୍ସ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିବା ମଧ୍ୟ କହିଛନ୍ତି ଡ. ମୁକେଶ ମହାଲିଙ୍ଗ ।