Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

AC ପାଣିକୁ  ଫିଙ୍ଗି ଦେଉଛନ୍ତି କି ? 

Manini Pattanayak
Browse all articles by Manini Pattanayak
·2 years ago·2 min read
AC ପାଣିକୁ  ଫିଙ୍ଗି ଦେଉଛନ୍ତି କି ? 

ନୂଆଦିଲ୍ଲୀ:  ପ୍ରାୟତଃ  ଏବେ ସମସ୍ତଙ୍କ ଘରେ ଏସି।  ବାହାରର ତାପମାତ୍ରାରେ ସିଜି ସିଜି  ଗଲା ପରେ ଘରେ କି ଅଫିସ୍‌ରେ ଟିକେ ଏସିରେ ବସିଗଲେ ଓଃ କି ଶାନ୍ତି।  ତେବେ ଏସି ଚାଲୁ ସମୟରେ ପାଣି ଟପ୍‌ ଟପ୍‌ ଗଳିଥାଏ। ଏହି ପାଣିକୁ ଆମେ ସଙ୍ଗେ ସଙ୍ଗେ ଫିଙ୍ଗି ଦେଇଥାଉ। କାରଣ ଆମେ ଜାଣିଥାଉ ଯେ ଏସିରୁ ବାହାରୁ ଥିବା ପାଣି  କୌଣସି କାମରେ ଲାଗିନଥାଏ। ଆମ ମାଇଣ୍ଡରେ ଥାଏ ଯେ ଏସିରୁ ବାହାରୁଥିବା ପାଣି ଦୁଷିତ ଆଉ ସଫା ନଥାଏ। କେହି କେହି ଏହାକୁ ବିଷାକ୍ତ ମଧ୍ୟ ମନେ କରିଥାନ୍ତି।  ତେଣୁ ଏସିରୁ ବାହାରୁଥିବା ବାଲଟି ବାଲଟି ପାଣି  ଆମେ ଫିଙ୍ଗି ଦେଇଥାଉ।  କିନ୍ତୁ ଏହା ଭୁଲ..  ଏସି ପାଣି ଯେ କୌଣସି କାମରେ ଲାଗି ପାରିବ ନାହିଁ ଏ ଚିନ୍ତା ଧାରା  ଆମର ଭୁଲ।

 ଏସି ପାଣି ବହୁତ ଉପଯୋଗୀ।  ଏସି ପାଣିକୁ ମଧ୍ୟ ଆମେ  ବିଭିନ୍ନ କାମରେ  ବ୍ୟବହାର କରିପାରିବା। ଆପଣ ଏସିର ପାଣିକୁ ଘରର କୌଣସି କାର୍ଯ୍ୟ ରେ  ବି ବ୍ୟବହାର କରିପାରିବେ। ସାଧାରଣତଃ  ଏସି ପାଣି ଦୁଷିତ ପଦାର୍ଥରୁ ମୁକ୍ତ ଥାଏ।  ତେଣୁ ଏସି ପାଣିକୁ ଗଛରେ  ଦେଇପାରିବେ।  ସେହିପରିଏସି ପାଣିକୁ ବାସନମଜାରେ ମଧ୍ୟ ବ୍ୟବହାର କରିପାରିବେ। ଘରର ଚଟାଣ ମଧ୍ୟ ଧୋଇବାରେ ପାରିବେ ଏହି ଏସି ପାଣିରେ କିଛି ଅସୁବିଧା ନାହିଁ। ଟୟଲେଟରେ ଫ୍ଲସ କରିବା ପାଇଁ ଆମେ ପ୍ରତ୍ୟେକ ଦିନ ପ୍ରଚୁର ପାଣିର ବର୍ବାଦ କରିଥାଉ। ତେଣୁ ଏସି ପାଣିକୁ ନଷ୍ଟ ନ କରି ଟୟଲେଟର ଫ୍ଲସିଙ୍ଗ  ବ୍ୟବହାର କରନ୍ତୁ ।  ତେବେ  ଧ୍ୟାନ ରଖନ୍ତୁ ଏସି ପାଣିକୁ ରୋଷେଇ ଏବଂ ପିଇବା ପାଇଁ ବ୍ୟବହାର କରନ୍ତୁ ନାହିଁ। କାରଣ ଏହି ପାଣି  ଖାଇବା ପିଇବା ପାଇଁ ସୁଦ୍ଧ ହୋଇନଥାଏ। ପିଇବା ଏବଂ ରୋଷେଇ କାର୍ଯ୍ୟରେ ଏସି ପାଣିର ବ୍ୟବହାର ଛାଡିଦେଲେ ଅନ୍ୟ ସମସ୍ତ କାର୍ଯ୍ୟରେ ଏହି ପାଣିକୁ ଆପଣ ବ୍ୟବହାର କରିପାରିବେ।  ତେଣୁ ଏସିରୁ ବାହାରୁଥିବା ପାଣିର ଫିଙ୍ଗି ନଦେଇ ସଦଉପଯୋଗ କରନ୍ତୁ। 
 ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AC water is very useful. AC water can also be used for various purposes. | Argus News