Videos
|
Odisha

ବ୍ରାହ୍ମଣୀ ନଦୀ ବ୍ରିଜ ମରାମତି ବେଳେ ଅଘଟଣ,ବ୍ରିଜରୁ ଖସି ଜଣେ ମୃତ

Smruti Parija
Browse all articles by Smruti Parija
·1 year ago
ବ୍ରାହ୍ମଣୀ ନଦୀ ବ୍ରିଜ ମରାମତି ବେଳେ ଅଘଟଣ,ବ୍ରିଜରୁ ଖସି ଜଣେ ମୃତ

Key Points

ବ୍ରାହ୍ମଣୀ ନଦୀ ବ୍ରିଜ ମରାମତି ବେଳେ ଅଘଟଣ

ବ୍ରିଜରୁ ଖସି ଜଣେ ମୃତ

ନଦୀ ଭିତରକୁ ୪ ଜଣ ଶ୍ରମିକ ଖସିପଡିଥିଲେ

ଢେଙ୍କାନାଳ ଜିଲ୍ଲା କମଗରା ବ୍ରାହ୍ମଣୀ ନଦୀ ବ୍ରିଜ ମରାମତି ବେଳେ ଅଘଟଣ । ବ୍ରିଜରୁ ଖସି ଜଣଙ୍କର ମୃତ୍ୟୁ ହୋଇଛି । ବ୍ରିଜ କାମ ଚାଲୁଥିବା ବେଳେ ନଦୀ ଭିତରକୁ ୪ ଜଣ ଶ୍ରମିକ ଖସିପଡିଥିଲେ । ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ଅଗ୍ନିଶମ ବାହିନୀ ସହାୟତାରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଖୋଜାଖୋଜି ପରେ ଆଉ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦିଲ୍ଲୀପ କୁମାରଙ୍କ ଘର ବିହାର ମୋତିହାରୀ ଜିଲ୍ଲାରେ । ତେବେ କେଉଁ କାରଣରୁ ଏତେବଡ ଅଘଟଣ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ଗତ କାଲି ବିଳମ୍ବିତ ରାତିରେ ବ୍ରିଜ କାମ ଚାଲୁଥିବା ଜଣାପଡିଛି । ଏ ନେଇ ତୁମୁସିଙ୍ଗା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
accident-during-brahmani-river-bridge-repair-one-dies-after-falling-from-bridge | Argus News