Woman Drive Bus / ଆଉ ହେବନି ଦୁର୍ଘଟଣା: ମହିଳା ଚଳାଇବେ ବସ୍, ରହିବ ସବୁ ସୁବିଧା
·7 months ago·2 min read

Key Points
ଭୁବନେଶ୍ୱରରେ ଗଡିବ ସୁଭଦ୍ରା ବସ
ମହିଳା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ସୁଭଦ୍ରା ବସ
ମହିଳା ଡ୍ରାଇଭର ଚଳାଇବେ ସୁଭଦ୍ରା ବସ
ମହିଳା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ସୁଭଦ୍ରା ବସ
ମହିଳା ଡ୍ରାଇଭର ଚଳାଇବେ ସୁଭଦ୍ରା ବସ
ଭୁବନେଶ୍ୱରରେ ଗଡ଼ିବ 'ସୁଭଦ୍ରା' ବସ୍ । ମହିଳା ଯାତ୍ରୀଙ୍କ ପାଇଁ ସରକାର ଆଣିବାକୁ ଯାଉଛନ୍ତି 'ସୁଭଦ୍ରା' ବସ୍। ମହିଳା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଖୁସି ଖବର। ମହିଳା ହେଲେ ସ୍ୱାବଲମ୍ୱୀ। ମହିଳା ଡ୍ରାଇଭର ଚଳାଇବେ 'ସୁଭଦ୍ରା ବସ'। କେବଳ ସେତିକି ନୁହେଁ, ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ଏହି ବସରେ। ପୁନେରେ ଇବସ ଟ୍ରେନିଂ ପରେ ଭୁବନେଶ୍ୱର ମହିଳା ଚଲାଇବେ ବସ୍। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।
ଏହା ପୂର୍ବରୁ ଆପଣ ଜାଣିଥିବେ ଯେ, ଖବର ଆସିଥିଲା ଆମ ବସ୍ ଷ୍ଟିଅରିଂ ଧରିବେ ମହିଳା ଡ୍ରାଇଭର । ମହିଳା ଚଳାଇବେ ଆମ୍ ବସ୍ । ଏଥିପାଇଁ ଜାନୁଆରୀ ୩୧ ତାରିଖରେ କ୍ରୁଟ୍ ପକ୍ଷରୁ ୨୦ ଜଣ ମହିଳା ଇ-ବସ୍ ଚାଳନା ତାଲିମ ନିମନ୍ତେ ପୁଣେ ଯାତ୍ରା କରିବେ। ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ତେବେ କୁହାଯାଉଛି ଯେ, ଆମ ବସ୍ ପରିବର୍ତ୍ତେ ମହିଳାଙ୍କ ପାଇଁ ଆସୁଛି ସୁବଦ୍ରା ବସ୍। କିନ୍ତୁ ସେନେଇ କୌଣସି ସୂଚନା ନାହିଁ।
ସେଭଳି ମନ୍ତ୍ରୀ ବାରିପଦା, କେନ୍ଦୁଝର, ଅନୁଗୋଳରେ ଆମ ବସ୍ ଚଳାଚଳକୁ ନେଇ ଆରମ୍ଭ ହୋଇଯାଇଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି। ଏହି ସମୀକ୍ଷା ବୈଠକରେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସଞ୍ଜୟ ବିଶ୍ଵାଳ, ମହା ପ୍ରବନ୍ଧକ ସହଦେବ ସମଧିଆ, ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ସୁଶ୍ରୀ ପଲ୍ଲବୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହ ପଢ଼ନ୍ତୁ: କାହିଁକି ଖସୁଛି ଦର ? ଆଜି ପୁଣି ୮ ହଜାର କମିଛି ସୁନା ଦର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆମ ବସ୍ ସେବାକୁ ନେଇ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସଧାରଣତଃ କୌଣସି ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ହୋଇଥାଇପାରେ ବୋଲି ଅନୁମାନ କରାଯାଇଥାଏ। ଏନେଇ ଆମ ବସ୍ ଚାଳନା କରୁଥିବା ସମସ୍ତ ଚାଳକଙ୍କୁ ମଦ୍ୟପାନ ଯାଞ୍ଚ କରିବା ବାଧ୍ୟତାମୂଳକ କରଯାଇଥିଲା। ଶେଷ ଗୋଟିଏ ବର୍ଷରେ ଏକ ଲକ୍ଷ ୯୭ ହଜାର ଥର ମଦ୍ୟପାନ ଯାଞ୍ଚ ହୋଇଛି। ବସ୍ ଟ୍ରୀପ୍ ଆରମ୍ଭ ଓ ଶେଷ ସମୟରେ ଏବଂ ଦିନର ଅତର୍କିତ ଭାବେ ନିୟମିତ ଯାଞ୍ଚ ଜାରି ରହିଛି। ସେ ମଧ୍ୟରୁ ଏକ ବର୍ଷ ମଧ୍ୟରେ ୧୯ ଜଣ ମଦ୍ୟପାନ କରିଥିବାର ଜଣାପଡ଼ିଥିଲେ। ଯେଉଁମାନଙ୍କୁ ପୋଲିସ ଗିରଫ ସହିତ ଆଇନ ଅନୁଯାୟୀ ତିନିମାସ ପାଇଁ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବାକୁ ନିକଟସ୍ଥ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚାଳକମାନଙ୍କ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି। ଯାହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ଯେ, ଏଣିକି ମହିଳା ଚଳାଇବେ ବସ୍।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories