ସକାଳୁ ସକାଳୁ ଦୁର୍ଘଟଣା; ଜଣେ ମୃତ, 2 ଗୁରୁତର

Key Points
ଘନ କୁହୁଡି ପାଇଁ କଣ୍ଟେନରକୁ ପଛପଟୁ ଧକ୍କା ଦେଲା କଣ୍ଟେନର
ଜଳେଶ୍ୱର/ଉଦୟଗିରି: ସୋମବାର ସକାଳୁ ସକାଳୁ ଅଘଟଣ । ଘନ କୁହୁଡି ପାଇଁ କଣ୍ଟେନରକୁ ପଛପଟୁ ଧକ୍କା ଦେଲା କଣ୍ଟେନର । ଅଗ୍ନିଶମ ବିଭାଗର ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନରେ ଚାପି ଡ୍ରାଇଭରଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ NH ୬୦ ବାଲେଶ୍ୱରରୁ ଖଡକପୁର ମରାମତି ହେଉଥିବାରୁ ଆମ୍ବଳିଅଠା ବାଇପାସ୍ ନିକଟରେ ଡାଇଭର୍ଜନ ରହିଛି ।
ତେଣୁ ବାଲେଶ୍ୱର ପଟୁ ଖଡଗପୁର ଅଭିମୁଖେ ଯାଉଥିବା ପାର୍ଶଲ୍ ବୋଝେଇ କଣ୍ଟେନର ଟି ସେଠାରେ ସ୍ଲୋ ହୋଇଥିବାବେଳେ ଘନ କୁହୁଡି ଯୋଗୁଁ ଆଉ ଏକ କଣ୍ଟେନରଟି ପଛପଟୁ ଧକ୍କା ଦେଇଥିଲା । ଫଳରେ ପାର୍ଶଲ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ NH କଡକୁ ଖସି ପଡିବା ସହ ଏହି କ୍ୟାବିନରେ ଥିବା ଡ୍ରାଇଭର ଚାପି ହୋଇ ରହିଥିଲେ ।
ଖବର ପାଇ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ଡ୍ରାଇଭର ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲକୁ ପଠାଇଥିବା ବେଳେ ଘଟଣାସ୍ଥଳରେ ଜଳେଶ୍ୱର ପହଞ୍ଚି ଅଧିକ ତଦନ୍ତ କରୁଛି ।
📱 Get Argus News App
✨ସେହିପରି ଦାରିଙ୍ଗ ବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମେରାମାହା ଛକବୁଲାଣି ଠାରେ ବିଳମ୍ବିତ ରାତିରେ ବାଇକ ସହିତ ସ୍କୁଟି ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଗଦାପୁର ଗ୍ରାମର ଦମନିକ ଉଠାଣ ସିଂଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ରାହ୍ମଣୀଗାଁର ରତନ ନାୟକ ଓ ଭଜନ ସିଂ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ମୁତାବକ ଗତକାଲି ରାତିରେ ରତନ ନାୟକ ଓ ଭଜନ ସିଂ ସ୍କୁଟିରେ ଗଦାପୁରରୁ ଘର ବ୍ରାହ୍ମଣୀଗାଁକୁ ଫେରୁଥିଲେ । ବିପରୀତ ଦିଗରୁ ମୃତକ ଦମନିକ ଉଠାଣ ସିଂ ବାଇକ୍ରେ ବ୍ରାହ୍ମଣୀଗାଁରୁ ଗଦାପୁରକୁ ଫେରୁଥିଲେ । ଉଭୟ ବାଇକ୍ ମେରାମାହା ଛକ ବୁଲାଣିରେ ମୁହାଁମୁହିଁ ଧକ୍କା ହୋଇଥିଲା । ବ୍ରାହ୍ମଣୀଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ ଆହତଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ବ୍ରାହ୍ମଣୀଗାଁ ଥାନା ପୋଲିସ ଘଟଣା ର ତଦନ୍ତ ଜାରି ରଖିଛନ୍ତି l