ମାଉସୀ ମା' ମନ୍ଦିର ନିକଟରେ ଦୁର୍ଘଟଣା, ପର୍ଯ୍ୟଟକ ମୃତ
·11 months ago·1 min read

Key Points
ମାଉସୀ ମା' ମନ୍ଦିର ନିକଟରେ ଦୁର୍ଘଟଣା
ରିକ୍ସାକୁ ଧକ୍କା ଦେଲା ବାଇକ
ଜଣେ ପର୍ଯ୍ୟଟକଙ୍କ ମୃତ
ପୁରୀ ବଡ଼ଦାଣ୍ଡର ମାଉସୀ ମା' ମନ୍ଦିର ନିକଟରେ ଦୁର୍ଘଟଣା । ରିକ୍ସାକୁ ଧକ୍କା ଦେଲା ବାଇକ । ଏହି ଦୁର୍ଘଟଣାରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତ ପର୍ଯ୍ୟଟକ ହେଉଛନ୍ତି ଦିଲ୍ଲୀର ଯୋଗେନ୍ଦ୍ର ସିଂହ । ଦୁର୍ଘଟଣାରେ ରିକ୍ସା ଚାଳକଙ୍କ ସହ ଦୁଇ ବାଇକ୍ ଚାଳକ ମଧ୍ୟ ଆହତ ହୋଇଛନ୍ତି ।
ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ଟ୍ରାଫିକ ଥାନା ପୋଲିସ ଓ କୁମ୍ଭାରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି । କୁମ୍ଭାରପଡ଼ା ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ରିକ୍ସା ଓ ବାଇକ୍ ଜବତ କରିଛନ୍ତି । ରିକ୍ସାରେ ଦୁଇ ପର୍ଯ୍ୟଟକ ମନ୍ଦିର ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥଲା । ମୃତ ଯୋଗେନ୍ଦ୍ରଙ୍କ ପୁଅ ଦିଲ୍ଲୀ ପୋଲିସରେ ସବ ଇନ୍ସପେକ୍ଟର ଓ ଭାଇ ଜଣେ ପାଇଲଟ ଥିବା ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: