ମର୍ମନ୍ତୁଦ ଦୁର୍ଘଟଣା ; ଜଣେ ମୃତ , ୨ ଆହତ

ଖୋର୍ଦ୍ଧା : ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ । ଦୁର୍ଘଟଣାରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ଆଜି(ଶନିବାର) ସକାଳେ ଖୋର୍ଦ୍ଧା ବଲାଙ୍ଗିର ୫୭ ଜାତୀୟ ରାଜପଥର ଭିମପଡା ବଜାର ରେ ଏହି ସଡକ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଭର୍ତ୍ତି ହୋଇଥିଲେ । ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କୁ ପଠା ଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ଟ୍ରକ ଡ୍ରାଇଭର ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ବେଳେ ପୋଲିସ ଡ୍ରାଇଭରଙ୍କୁ ଖୋଜୁଥିବା ଦେଖିବାକୁ ମିଳୁଛି।
ମିଳିଥିବା ସୂଚନା ଅନୁଯାୟୀ, ପରିବାର ଲୋକଙ୍କ ସହ ଅଟୋ ଟି ୩ ଜଣ ଯାତ୍ରୀ ନୟାଗଡ଼ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଭିମପଡା ବଜାର ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨ ଜଣ ଗୁରୁତର ଆହତ ହୋଇଥିଲେ । ପୋଲିସ ସଙ୍ଗେ ସଙ୍ଗେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗ ରେ ଉଦ୍ଧାର କାର୍ଯ୍ୟ କରି । ୩ଗୁରୁତରଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ସ୍ଥଳରେ ଜଣେ ମହିଳା ଆଖି ବୁଜିଥିଲେ ।ଟ୍ରକ ଡ୍ରାଇଭର ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ବେଳେ ବୋଲଗଡ ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁବରଣ କରିଥିବା ମହିଳା ଙ୍କ ପରିଚୟ ଅସ୍ପଷ୍ଟ ରହିଛି।