Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଘଟଣା ନା' ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ?

Rashmita Mishra
Browse all articles by Rashmita Mishra
·1 year ago·2 min read
ଦୁର୍ଘଟଣା ନା' ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ?

Key Points

ହାଇୱା ଧକ୍କାରେ ପୋଲିସ କର୍ମଚାରୀ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ
ଦୁର୍ଘଟଣା ନା ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ?
ବାଲି ଚାଲାଣକୁ କେନ୍ଦ୍ର କରି ହୋଇଛି କି ଅଘଟଣ ?
ମୃତ୍ୟୁ ପଛରେ ରହିଛି କି ମାଫିଆଙ୍କ ହାତ ?
ସନ୍ଦେହ ପ୍ରକାଶ କଲା ହୋମଗାର୍ଡ ମହାସଂଘ
ପୋଲିସ କମିଶନର କହିଲେ, ଘଟଣାର ତଦନ୍ତ କରାଯାଇ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ଭୟଙ୍କର, ଲୋକମଟାଙ୍କୁରା, ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ବୟାନ କରିବଯେ କେତେ ଭୟଙ୍କର ଭାବରେ ପୋଲିସ ଭ୍ୟାନକୁ ଧକ୍କା ଦେଇଛି ହାଇୱା। ଯାଇଛି 2 ପୋଲିସ କର୍ମଚାରୀଙ୍କ ଜୀବନ। ହାଇୱା ଧକ୍କାରେ ପୋଲିସ କର୍ମଚାରୀ ମୃତ୍ୟୁ ଘଟଣାରେ ବଢୁଛି ସନ୍ଦେହ । ହାଇୱାଟି ବାଲି ବୋଝେଇ ଥିଲା, ବାଲି ଚାଲାଣକୁ କେନ୍ଦ୍ର କରି ଏ ଅଘଟଣ ହୋଇଛି କି ? ଘଟଣାକୁ ନେଇ ବଢିଛି ସସପେନ୍ସ। ଏ ତମାମ ଦିଗକୁ ନେଇ ସନ୍ଦେହ ପ୍ରକାଶ କରିଛି ହୋମଗାର୍ଡ ମହାସଂଘ । ମୃତ୍ୟୁ ପଛରେ ମାଫିଆଙ୍କ ହାତ ଥାଇ ପାରେ ବୋଲି ଅଭିଯୋଗ କରିଛି ସଂଘ। ଘଟଣାକୁ ଗୁରୁତର ସହ ନେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ।

ରାସ୍ତା ଫାଙ୍କାଥିବା ବେଳେ କିଭଳି ଦୁର୍ଘଟଣା ଘଟିଲା? ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର। ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭରକୁ ଗିରଫ କରଯାଇଛି।

ସମୟ : ପାଖାପାଖି ଭୋର ୪.୧୫, ସ୍ଥାନ: କଟକ ପାରାଦୀପ ମୁଖ୍ୟ ରାଜପଥ ଗତିରାଉତପାଟଣା ନିକଟ ମହାନଦୀ ବନ୍ଧ ରୋଡ଼ । ସିଆରଆରଆଇ ଥାନା ପୋଲିସ ପକ୍ଷରୁ ଚାଲିଥିଲା ନାଇଟ ପାଟ୍ରୋଲିଂ। ଆଉ କିଛି ସମୟ ପରେ ସରିଥାନ୍ତା ଡ୍ୟୁଟି। ଘରକୁ ଫେରିଥାନ୍ତେ ଡ୍ରାଇଭର ହୋମଗାର୍ଡ ଜଗବନ୍ଧୁ ମାହାଳି , ଓଏପିଏଫ୍ କର୍ମଚାରି ଲୋକନାଥ ଶବର ଓ ଚିକିତ୍ସା ଧୀନ ପବିତ୍ର ସେଠୀ ।

କିନ୍ତୁ ପିସିଆର ଭ୍ୟାନକୁ ସାମ୍ନାପଟୁ ଆସି ଧକା ଦେଇଥିଲା ବାଲିବୋଝେଇ ହାଇୱା । ପରେ ଉଭୟ ହାଇୱା ଓ ପିସିଆର ଭ୍ୟାନ ରାସ୍ତା ପାଖରେ ଥିବା ଖେଳ ପଡିଆକୁ ଖସି ଯାଇଥିଲେ । ହାଇୱା ତଳେ ସମ୍ପୂର୍ଣ୍ଣ ଭାବରେ ଚାପି ହୋଇ ରହିଯାଇଥିଲା ପିସିଆର । ଘଟଣା ସ୍ଥଳରେ ଜଗବନ୍ଧୁ ମାହାଳି ଓ ଲୋକନାଥ ଶବରଙ୍କ ମୃତ୍ୟ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ପବିତ୍ର ସେଠୀ ।

ସେପଟେ ଘଟଣାରେ ପ୍ରାଣ ହରାଇଥିବା ୨ ମୃତ ପୋଲିସ କର୍ମଚାରୀଙ୍କୁ ମଙ୍ଗଳାବାଗ ଥାନାରେ ଦିଆଯାଇଛି ଗାର୍ଡ ଅଫ ଅନର । ପୋଲିସ କମିଶନର , କଟକ ଡିସିପି , ଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ମୃତକଙ୍କୁ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଦଶ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
accident-or-conspiracy-behind-the-accident | Argus News