Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ଜଗନ୍ନାଥ ବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରେ ଅଘଟଣ

Rashmita Mishra
Browse all articles by Rashmita Mishra
·10 months ago·1 min read
ପୁରୀ ଜଗନ୍ନାଥ ବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରେ ଅଘଟଣ

Key Points

ପାର୍କିଂର ଗୋଟିଏ ମହଲାରୁ ତଳକୁ ଖସିଲା ବୋଲେରୋ। ଗାଡ଼ି ପାର୍କିଂ ସମୟରେ ତଳକୁ ଖସିପଡିଲା ବୋଲେରୋ ଗାଡି।

ପୁରୀ ଜଗନ୍ନାଥ ବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂ ରେ ଅଘଟଣ। ପାର୍କିଂର ଗୋଟିଏ ମହଲାରୁ ତଳକୁ ଖସିଲା ବୋଲେରୋ। ଗାଡ଼ି ପାର୍କିଂ ସମୟରେ ତଳକୁ ଖସିପଡିଲା ବୋଲେରୋ ଗାଡି। ଗୁରୁତର ଅବସ୍ଥାରେ ଡ଼୍ରାଇଭରଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି। ଭାରସାମ୍ୟ ହରାଇ ଗାଡିଟି ତଳକୁ ଖସି ଯାଇଛି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଗୁରୁତର ଥିବା ଡ୍ରାଇଭର ଜଣକ ଭଦ୍ରକ ଧାମରା ଅଞ୍ଚଳର ସଞ୍ଜୟ ସେଠୀ ।


ସୂଚନାଯୋଗ୍ୟ, ସଞ୍ଜୟ ଗାଡ଼ିକୁ ପଛକୁ ପାର୍କିଂ କରୁଥିବା ବେଳେ ଭାରସାମ୍ୟ ହାରାଇ ଗାଡ଼ି ତଳକୁ ପଡ଼ି ଯାଇଥିବା ସୂଚନା ମିଳିଛି । ଅପରପକ୍ଷରେ ବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂରେ ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ଯାଇ ନ ଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ପାକିଁ ପାଇଁ ଆସୁଥିଲେ ମଧ୍ୟ ଅନେକ ସମସ୍ୟା ଭୋଗୁଛିନ୍ତି । ମାତ୍ର ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ଦେଉ ନ ଥିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accident at Puri Jagannath Ballav Multi-Level Car Parking | Argus News | Argus News