Videos
|
Odisha

ଉପାନ୍ତରେ ଆବାସ ଯନ୍ତ୍ରଣା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଉପାନ୍ତରେ ଆବାସ ଯନ୍ତ୍ରଣା

ଅର୍ଗସ ବ୍ୟୁରୋ:  କୋରାପୁଟ କୁନ୍ଦୁରା ବ୍ଲକ କେରିମିଟି ପଞ୍ଚାୟତ କନ୍ଦାଯୋଡ଼ି ଗାଁ । ଆଗାଧୁ ସାନ୍ତା ପରିବାର କହିଲେ ସ୍ତ୍ରୀ ତିନି ପୁଅ, ଝିଅ, ବୋହୂ ଓ ଦୁଇ ନାତି । ବହୁ ବର୍ଷ ପୂର୍ବେ କରିଥିବା ପୁରୁଣା ଘର ଭାଙ୍ଗି ଯିବା ପରେ ଭାଗ୍ୟରେ ଜୁଟି ଥିଲା ଆବାସ ଗୃହ । ୨୦୧୭-୧୮ ଆର୍ଥିକ ବର୍ଷରେ ସରକାର ଆବାସ ଯୋଜନାରେ ଘର ଖଣ୍ଡେ ଦେଲେ । ଅଭାବୀ ପରିବାର ଭାବିଥିଲେ ଚିନ୍ତା ଗଲା । ଛାତ ଘରେ ମୁଣ୍ଡ ଗୁଞ୍ଜିବେ ବୋଲି ବହୁ ଆଶା ଥିଲା l କିନ୍ତୁ ତାହା ସ୍ଵପ୍ନରେ ରହିଗଲା l ନିମ୍ନମାନର କାମ କରି ଠିକାଦାର ଛୁ...ଏବେ ଘର କହିଲେ  ଛାତ ଓ କାନ୍ଥ ଠିଆ ହୋଇଛି l ଲାଗିନାହିଁ କବାଟ,ଝରକା କି ହୋଇନାହିଁ ପଲସ୍ତରା,ଆଉ ଚଟାଣ କଂକ୍ରିଟ l କେବଳ ସାମନା ପଟ କାନ୍ଥ ସୂଚନା ଫଳକ ଲେଖିବା ପାଇଁ ପଲସ୍ତରା ଓ ଚୂନ ଦିଆଯାଇଛି l  ନିମ୍ନ ମାନର କାମ ଯୋଗୁଁ  ଟିକିଏ ବର୍ଷା ହେଲେ ଛାତରୁ ଗଳୁଛି ପାଣି। ଛାତର ଅବସ୍ଥା ଏଭଳି ହୋଇଛି ଯେ,ଭିତରେ ପଶିବାକୁ ଡରୁଛନ୍ତି ପରିବାର ଲୋକେ l କେତେବେଳ ଯେ ଭୁଶୁଡ଼ି ପଡିବ କହିହେବ ନାହିଁ l  ଭୟରେ ପୁରୁଣା କଚ୍ଚା ଘରେ ଭଙ୍ଗା ଆଜବେଷ୍ଟସ୍ ଓ ଜରିପାଲ ପକାଇ ରହୁଛନ୍ତି  ୮ ପ୍ରାଣୀ କୁଟୁମ୍ବ ।

ଠିକ ସେହିପରି ଗାଁର ଆଉ ଜଣେ ହିତାଧିକାରୀ ହେଉଛନ୍ତି କମଳ ଲୋଚନ ସାନ୍ତା। କମଳଙ୍କୁ ବି ଆବାସ ଯୋଜନାରେ ଘରେ ଖଣ୍ଡିଏ ମିଳଶିଥିଲା କିନ୍ତୁ ଠିକାଦାରଙ୍କ ମନମାନି ଯୋଗୁଁ ଘର କାମ ଅଧାରେ ପଡି ରହିଛି। ଘରେ ଲାଗିନାହିଁ କବାଟ,ଝରକା କି ହୋଇନାହିଁ ପଲସ୍ତରା। ଫଳରେ ଆବାସ ପାଇବି ସେଥିେର ରହି ପାରୁ ନାହାନ୍ତି ସାନ୍ତା ପରିବାର।

ଖାଲି ଏ ଦୁଇ ପରିବାର କାହିଁକି ଗାଁର ଅଧିକାଂସ ହିତାଧିକାରୀଙ୍କ ଏହି ସମାନ ଅବସ୍ଥା। କିଏ ଯୋଗ୍ୟ ହୋଇବି ଆବାସ ପାଇବାରୁ ବଞ୍ଚିତ ତ କିଏ ଆବାସ ପାଇବି ସେଇ ଘରେ ରହି ପାରୁନି। ନିମ୍ନମାନର ଅଧାକାମ କରି ଠିକାଦେର ଛୁ ମାରିଥିବା ବେଳେ ଏବେ ଏହି ଆବାସରେ କେମିତି ରହିବେ ସେ ଚିନ୍ତାରେ ହିତାଧିକାରୀ। ଠିକାଦାର ଓ ଅଧିକାରୀଙ୍କ ମଝିରେ ବଳି ପଡୁଛନ୍ତି ଅଗାଧୁ ଓ କମଳଲୋଚନ ଭଳି ଗରିବ ହିତାଧିକାରୀ l  ତେବେ ପ୍ରଶ୍ନ ଉଠୁଛି ଆବାସ ଗୃହ ନିରାମଣ ଶେଷ ହୋଇ ନଥିବା ବେଳେ  ପଞ୍ଚାୟତ ଓ ବ୍ଲକ ଅଧିକାରୀ କିପରି ବିଲ୍ କରୁଛନ୍ତି l 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Accommodation pain in the suburbs | Argus News