ବ୍ଲେଡ୍ରେ ଆକ୍ରମଣ କରି ପଥଚାରୀଙ୍କଠାରୁ ଟଙ୍କା ଲୁଟ୍ ସହ ପୋଡିଦେଲେ ବାଇକ

Key Points
ବ୍ଲେଡ୍ରେ ଆକ୍ରମଣ କରି ପଥଚାରୀଙ୍କଠାରୁ ଟଙ୍କା ଲୁଟ୍ । କେବଳ ଆକ୍ରମଣ ନୁହଁ, ପଥଚାରୀଙ୍କ ବାଇକ୍ ବି ପୋଡ଼ିଦେଲେ ଦୁର୍ବୃତ୍ତ ।
ବ୍ଲେଡ୍ରେ ଆକ୍ରମଣ କରି ପଥଚାରୀଙ୍କଠାରୁ ଟଙ୍କା ଲୁଟ୍ । କେବଳ ଆକ୍ରମଣ ନୁହଁ, ପଥଚାରୀଙ୍କ ବାଇକ୍ ବି ପୋଡ଼ିଦେଲେ ଦୁର୍ବୃତ୍ତ । ନୟାଗଡ଼ ଜିଲ୍ଲା ଦଶପଲ୍ଲା - ଭଞ୍ଜନଗର ରାଜ୍ୟ ରାଜପଥର ସାକେଣୀ ଗାଁଠାରୁ କିଛି ଦୂରରେ ୮ ଜଣ ଦୃର୍ବୃତ୍ତ ଏକ କଳା ସ୍କର୍ପିଓରେ ଆସି ପଥଚାରୀଙ୍କୁ ବ୍ଲେଡ୍ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦଶପଲ୍ଲା ଥାନା ଖଣ୍ଡପଡ଼ା ଗାଁର ଜଟିଆ ବେହେରାଙ୍କ ବାଇକ୍ ଅଟକାଇ ମାରଣାସ୍ତ୍ରରେ ଅଚାନକ ଆକ୍ରମଣ କରିବା ସହ ତାଙ୍କ ବାଇକ୍ ରାସ୍ତାକଡ଼ରେ ପୋଡ଼ି ଦେଇଛନ୍ତି ଦୃର୍ବୃତ୍ତ ।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏନେଇ ଦଶପଲ୍ଲା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।